Latest Odisha News

BREAKING NEWS

ବଲିଉଡର ଦୁଇ ବଡ଼ ଚେହେରାଙ୍କ ମଧ୍ୟରେ ପୁଣି ଥରେ ଟକ୍କର! ନସିରୁଦ୍ଦିନ ଶାହଙ୍କ ସେହି ‘ଜୋକର୍’ ମନ୍ତବ୍ୟ ଉପରେ କ’ଣ କହିଲେ ଅନୁପମ ଖେର?

ନୂଆଦିଲ୍ଲୀ: ବଲିଉଡର ଦୁଇ ବର୍ଷୀୟାନ ଅଭିନେତା ଅନୁପମ ଖେର ଏବଂ ନସିରୁଦ୍ଦିନ ଶାହଙ୍କ ମଧ୍ୟରେ ଥିବା ପୁରୁଣା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ନିକଟରେ ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ ଚୋରି ଘଟଣାକୁ ନେଇ ଅନୁପମ ଖେର ଦେଇଥିବା ଏକ ବୟାନ ପରେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନସିରୁଦ୍ଦିନ, ଅନୁପମଙ୍କୁ ଏକ ‘ଜୋକର୍’ ବୋଲି କହିଥିଲେ। ଏବେ ଏହି ଭାଇରାଲ୍ ଭିଡିଓ ଉପରେ ନିଜର ନିରବତା ଭାଙ୍ଗିଛନ୍ତି ଅନୁପମ ଖେର ଏବଂ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ନେଇ ବଡ଼ ଖୁଲାସା କରିଛନ୍ତି।

 

ଅଯୋଧ୍ୟା ରାମ ମନ୍ଦିରରେ ହୋଇଥିବା ଚୋରିକୁ ନେଇ ଅନୁପମ ଖେର ନିକଟରେ କହିଥିଲେ ଯେ, ପ୍ରାଚୀନ କାଳରେ ମୋଗଲମାନେ ଆମ ମନ୍ଦିର ଉପରେ ଯେଉଁ ବର୍ବର ଆକ୍ରମଣ ଓ ଲୁଟପାଟ କରିଥିଲେ, ସେହି ବିରାଟ ଯନ୍ତ୍ରଣା ତୁଳନାରେ ଏହି ଛୋଟମୋଟ ଚୋରି କିଛି ବି ନୁହେଁ। ତାଙ୍କର ଏହି ବୟାନକୁ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

 

ଅନୁପମଙ୍କ କହିବା ଅନୁଯାୟୀ, ତାଙ୍କୁ ଟାର୍ଗେଟ୍ କରିବା ପାଇଁ ଏକ ସମ୍ପୂର୍ଣ୍ଣ ‘ଇକୋସିଷ୍ଟମ୍’ କାମ କରୁଛି।

ଯେତେବେଳେ ବିରୋଧୀମାନେ ତାଙ୍କୁ ଘେରିବାକୁ କୌଣସି ପ୍ରସଙ୍ଗ ପାଇଲେ ନାହିଁ, ସେତେବେଳେ ସେମାନେ ନସିରୁଦ୍ଦିନ ଶାହଙ୍କର ଏକ ପୁରୁଣା ଭିଡିଓକୁ ଖୋଳି ବାହାର କରିଥିଲେ।

ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ଜାଣିଶୁଣି ଏହି ଟ୍ରୋଲିଂ କରାଯାଉଛି।

 

ଭାଇରାଲ ହେଉଥିବା ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖି ଅନୁପମ ଖେର ସ୍ପଷ୍ଟ କରିଛନ୍ତି ଯେ, ସେହି ପୁରୁଣା ଘଟଣାରେ ସେ ସେତେବେଳେ ହିଁ କଡ଼ା ଜବାବ ଦେଇସାରିଛନ୍ତି। “ପ୍ରକୃତରେ ନସିର ଏବଂ ମୁଁ ପରସ୍ପରକୁ ଭେଟିଛୁ, କୁଣ୍ଢାଇ ପକାଇଛୁ ଏବଂ ଆମେ ପରସ୍ପରକୁ ବହୁତ ସମ୍ମାନ ମଧ୍ୟ କରୁଛୁ।”

 

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜର କଠିନ ପରିଶ୍ରମ ଓ ସାଧୁତା ବଳରେ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି। ତେଣୁ ଏଭଳି ପୁରୁଣା ଭିଡିଓ କିମ୍ବା ଟ୍ରୋଲରମାନଙ୍କୁ ସେ ଆଦୌ ଭୟ କରନ୍ତି ନାହିଁ।

 

୨୦୨୦ ମସିହାରେ ଅନୁପମ ଖେରଙ୍କ ରାଜନୈତିକ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ ନସିରୁଦ୍ଦିନ ଶାହ। ଏକ ସାକ୍ଷାତକାରରେ ସେ ଅନୁପମଙ୍କୁ ଜଣେ ‘ଜୋକର୍’ କହିବା ସହ ତାଙ୍କ କଥାକୁ ଗୁରୁତ୍ୱ ନଦେବାକୁ କହିଥିଲେ।

 

ଏହାର ଜବାବ ଦେଇ ଅନୁପମ ସେତେବେଳେ କହିଥିଲେ ଯେ ନସିରୁଦ୍ଦିନ ସାରା ଜୀବନ କେବଳ ନିରାଶା ଓ ହତାଶାରେ ବିତାଇଛନ୍ତି। ତେବେ ଏହି ତିକ୍ତତା ପରେ ନସିରୁଦ୍ଦିନ ଏହି ମନ୍ତବ୍ୟ ପାଇଁ ବ୍ୟକ୍ତିଗତ ଭାବେ ତାଙ୍କୁ କ୍ଷମା ମାଗିଥିବା ନେଇ ଅନୁପମ ନିକଟରେ ଖୁଲାସା କରିଛନ୍ତି।

Leave A Reply

Your email address will not be published.