Latest Odisha News

BREAKING NEWS

ରଥଯାତ୍ରାରେ ଅଘଟଣ; ଦଳା ଚକଟାରେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର

ପୁରୀ: ମହାପ୍ରଭୁଙ୍କ ରଥାଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି । ଆଉ ଏହି ଗହଳିରେ ଏକ ଅଘଟଣ ଘଟିଛି । ପୁରୀ ମରିଚିକୋଟ ଛକରେ ଦଳା ଚକଟାରେ ତଳେ ପଡ଼ି ଅଣନିଶ୍ୱାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି ।

ଭକ୍ତ ଜଣକ କଟକର ୫୬ ବର୍ଷୀୟ ଅନିଲ ଦାସ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପୁରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଆଉ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଚିକିତ୍ସା ଜାରି ରହିଛି । ପ୍ରାୟ ୨୦୦ରୁ ଅଧିକ ଯାତ୍ରୀ ମେଡିକାଲକୁ ସ୍ତାନାନ୍ତରିତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.