ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ଲର୍ଡସରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ତେବେ ଏହା ମଧ୍ୟରେ କୂଲଦୀପ ଯାଦବଙ୍କୁ ବାରମ୍ବାର ଅଣଦେଖା କରିବା ନେଇ ପୂର୍ବତନ ଖେଳାଳି ଆକାଶ ଚୋପ୍ରା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତିି । ସବୁବେଳେ କୂଲଦୀପଙ୍କ ପ୍ରତି ଅନ୍ୟାୟ କାହିଁକି ହେଉଛି ବୋଲି ସେ କହିଛନ୍ତି । ଆମେ ତାଙ୍କ ପ୍ରତି ଉପଯୁକ୍ତ ବ୍ୟବହାର କରୁନେ । ୩ଟି ଯାକ ଫର୍ମାଟ ନେଇ ତାଙ୍କ ସହିତ ଏକପ୍ରକାର ଖେଳା ଯାଇଥିଲା । ଟିମର ଯଦି କିଛି ଭୁଲ ହେଉଛି ତେବେ କୁଲଦୀପ ପ୍ରଥମେ ଅସୁବିଧାରେ ପଡିବେ । ଦୀର୍ଘ ଦିନ ହେବ ସେ ଭାରତ ଟିମ ସହିତ ଜଡିତ ଅଛନ୍ତି ।
ମାତ୍ର ଯେତିକି ମ୍ୟାଚ ଖେଳିବା କଥା ତାଠାରୁ ଢ଼େର କମ ଖେଳିଛନ୍ତି । ନୂଆ ରଣନୀତି ମାନେ କୂଲଦୀପ ବଳି ପଡିବେ । ଦିନିକିଆ କ୍ରିକେଟରେ ୱିକେଟ ହାସଲ କରିବା ସ୍ପିନରର ଆବଶ୍ୟକତା ରହିଛି । କୂଲଦୀପ ଏହି କାର୍ଯ୍ୟ ଠିକ ଭାବେ କରୁଛନ୍ତି । ଏବେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ହର୍ଷ ଦୁବେଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । କୂଲଦୀପ ଅଣଦେଖା ହେବା ମାନେ ଧୀରେ ଧୀରେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟରେ ପୂର୍ଣ୍ଣଚ୍ଛେଦ ପଡିବା ଆରମ୍ଭ ହୋଇଛି । କୂଲଦୀପଙ୍କ ପ୍ରତି ମୋ ପରି ଅନେକ ନିଶ୍ଚିତ ଭାବେ ଦୁଃଖପ୍ରକାଶ କରୁଥିବେ ।