Latest Odisha News

BREAKING NEWS

ଜବାବ ରଖିଲା ବିସିସିଆଇ, ଭାରତୀୟ ନାଗରିକ କେବଳ ଖେଳିପାରିବେ ଘରୋଇ ଟୁର୍ଣ୍ଣାମେଂଟ

ନୂଆଦିଲ୍ଲୀ: ଓଭରସିଜ ସିଟିଜେନ ଅଫ ଇଣ୍ଡିଆ (ଓସିଆଇ), ପିଆଇ ଓ ଓସିଆଇ କାର୍ଡ ହୋଲ୍ଡରକୁ ନେଇ ବିସିସିଆଇ ବମ୍ବେ ହାଇକୋର୍ଟ ନିକଟରେ ଜବାବ ରଖିଛି । କେବଳ ଭାରତୀୟ ନାଗରିକ ଏଠାରେ ଘରୋଇ କ୍ରିକେଟ ଖେଳିପାରିବେ ବୋଲି ଉକ୍ତ ଜବାବରେ ଉଲ୍ଲେଖ ରହିଛି । ୧୨ଜଣ ଯୁବ ଓସିଆଇ କାର୍ଡ ହୋଲ୍ଡର୍ସ ଘରୋଇ କ୍ରିକେଟ ଖେଳିବା ନେଇ ଆବେଦନ କରିଥିଲେ । ବିସିସିଆଇ ଏବେ ସ୍ପଷ୍ଟ ଭାବେ କହିଛି କେବଳ ଭାରତୀୟ ନାଗରିକ ଖେଳିବା ଉପରେ ଆମେ ବିଚାର କରିପାରିବୁ ।

ହାଇକୋର୍ଟର ବିଚାରପତି କହିଥିଲେ, ତୁମେ ଏଠାରେ ଖେଳିବା ଅପେକ୍ଷା ଯେଉଁଠାରେ ରହୁଛ ସେଠାରେ କାହିଁକି ଉଦ୍ୟମ କରୁନ । ଏଠାରେ ତ ଅଧିକାଂଶ ଯୁବକ କ୍ରିକେଟ ଖେଳୁଛନ୍ତି । ଭାରତ ଆପଣଙ୍କ ମାତା-ପିତାଙ୍କ ମାତୃଭୂମି । ଏଠାକୁ ଆସିବାରେ ଆପଣଙ୍କର କିଛି ଅସୁବିଧା ହେବନି । ହଁ ଆପଣଙ୍କ ଦେଶ ଯଦି ନାଗରିକତା ଛଡେଇବାକୁ ଚାହୁଁନି, ଆମେ କଣ କରିପାରିବୁ । ୨୦୨୩ରେ ବିସିସିଆଇ ଘରୋଇ ଟୁର୍ଣ୍ଣାମେଂଟରେ କେବଳ ଭାରତୀୟ ନାଗରିକ ଖେଳିପାରିବେ ବୋଲି ନିୟମ ଜାରୀ କରିଥିଲା ।

Leave A Reply

Your email address will not be published.