Latest Odisha News

BREAKING NEWS

FIFA World Cup: ସ୍ପେନର ବିଶ୍ୱକପ୍ ବିଜୟ ଉତ୍ସବରେ ବାଧା ସାଜିଲେ ଟ୍ରମ୍ପ!ହେଉଛି ଭିଡିଓ ଭାଇରାଲ…

ନୂଆଦିଲ୍ଲୀ:ସ୍ପେନ ଫିଫା ବିଶ୍ୱକପ୍ ୨୦୨୬ର ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି । ଆର୍ଜେଣ୍ଟିନାକୁ ପରାସ୍ତ କରି ସ୍ପେନ୍ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିଲା। ଏହି ବିଜୟ ପରେ ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିବା ପାଇଁ ଟ୍ରମ୍ପ ଫିଫା (FIFA) ସଭାପତି ଜିଆନି ଇନଫାଣ୍ଟିନୋଙ୍କ ସହ ମଇଦାନକୁ ଯାଇଥିଲେ। କିନ୍ତୁ ଟ୍ରଫି ପ୍ରଦାନ ପରେ ଡୋନାଲ୍ଡ ଟ୍ରମ୍ପ ସେହି ମଞ୍ଚ ଉପରୁ ହଟୁନଥିଲେ , ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ପୂର୍ବରୁ ଘୋଷଣା କରିସାରିଥିଲେ ଯେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ଦଳର ଅଧିନାୟକ ରୋଡ୍ରିଙ୍କୁ ବିଶ୍ୱକପ୍ ଟ୍ରଫି ପ୍ରଦାନ କରିବେ। ଟ୍ରମ୍ପ ଏବଂ ଇନଫାଣ୍ଟିନୋ ମଇଦାନରେ ପାଦ ଦେବା ମାତ୍ରେ ଷ୍ଟାଡିୟମରେ ଥିବା କିଛି ଦର୍ଶକ ଟ୍ରମ୍ପଙ୍କ ପ୍ରତିବାଦ ସ୍ୱରୂପ ହୁଟିଂ କରିବା ଆରମ୍ଭ କରିଦେଲେ। କିନ୍ତୁ ପଦକ ପ୍ରଦାନ ଉତ୍ସବ ଆରମ୍ଭ ହେବା ପରେ ପରିବେଶ ଶାନ୍ତ ହୋଇଗଲା। ଟ୍ରମ୍ପ ଏବଂ ଇନଫାଣ୍ଟିନୋ ଉଭୟ ଦଳର ଖେଳାଳି ଓ ଷ୍ଟାଫଙ୍କୁ ପଦକ ପ୍ରଦାନ କଲେ। ଏହା ପରେ, ଟ୍ରମ୍ପ ସ୍ପେନ୍‌ର ଅଧିନାୟକ ରୋଡ୍ରିଙ୍କୁ ବିଶ୍ୱକପ୍ ଟ୍ରଫି ପ୍ରଦାନ କରିଥିଲେ ।

ସ୍ପେନ୍ ଅଧିନାୟକ ରୋଡ୍ରିଙ୍କୁ ଟ୍ରଫି ହସ୍ତାନ୍ତର କରାଯିବା ପରେ ଦଳ ସେଲିବ୍ରେସନ ଆରମ୍ଭ କରିବାକୁ ଅପେକ୍ଷା କରିଥିଲେ, ଟ୍ରମ୍ପ ଖେଳାଳିମାନଙ୍କ ପାଖରେ କିଛି ସମୟ ପାଇଁ ଛାଡି ହୋଇ ରହିଥିଲେ ; ପରିସ୍ଥିତି ଏତେ ଅସହଜ ହୋଇଗଲା ଯେ ଫିଫା ସଭାପତି ଜିଆନି ଇନଫାଣ୍ଟିନୋଙ୍କୁ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ପଡିଲା ଏବଂ ଟ୍ରମ୍ପଙ୍କୁ ଖେଳାଳିମାନଙ୍କ ଠାରୁ ଦୂରେଇ ଯିବାକୁ ଇଙ୍ଗିତ କରିବାକୁ ପଡିଥିଲା। ଶେଷରେ, ଜିଆନି ଇନଫାଣ୍ଟିନୋ ଟ୍ରମ୍ପଙ୍କ ପାଖକୁ ଯାଇ ତାଙ୍କୁ ଆଦରର ସହ ସେଲିବ୍ରେସନ ମଞ୍ଚରୁ ଦୂରକୁ ଆଣିଥିଲେ । ଏହା ପରେ ସ୍ପେନ ଖେଳାଳିମାନେ ଟ୍ରଫି ଉଠାଇ ନିଜର ବିଜୟ ଉତ୍ସବ ପାଳନ କରିଥିଲେ।

ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହି ଭିଡିଓ ଉପରେ ମଜାଦାର ମନ୍ତବ୍ୟ ଦେଉଥିବା ବେଳେ, କିଛି ଜଣ ଟ୍ରମ୍ପ ପ୍ରୋଟୋକଲ୍ (ନିୟମାବଳୀ) ଉଲ୍ଲଂଘନ କରିଛନ୍ତି ବୋଲି ମତ ଦେଉଛନ୍ତି ।

ଫାଇନାଲ ମ୍ୟାଚର କଥା କହିଲେ, ଅତିରିକ୍ତ ସମୟର ୧୦୬ତମ ମିନିଟରେ ଫେରାନ ଟୋରେସ୍‌ଙ୍କ ଗୋଲ୍ ବଳରେ ସ୍ପେନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ନିଜର ଦ୍ୱିତୀୟ ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ କଲା।

 

Leave A Reply

Your email address will not be published.