Latest Odisha News

BREAKING NEWS

CM grievance: ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜାଣନ୍ତୁ ଅନଲାଇନ ପଞ୍ଜୀକରଣ ସମୟ

ଭୁବନେଶ୍ୱର: ଗତ କିଛିଦିନ ଧରି ଭୁବନେଶ୍ୱରରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ। ଆସନ୍ତା ୨୭ ତାରିଖ ସୋମବାର ଦିନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ସୋମବାର ସକାଳ ୮ଟାରେ ଜନ ଅଭିଯୋଗ ଶୁଣାଣି ହେବ। ଉକ୍ତ ଅଭିଯୋଗ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖ (ବୁଧବାର) ସକାଳ ୧୧ଟାରେ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହେବ।

ଅଭିଯୋଗକାରୀମାନେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପାଇଁ ନାମ, ଠିକଣା ପଞ୍ଜୀକରଣ କରିବେ। ସେହିପରି ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ପଞ୍ଜିକୃତ ପ୍ରାପ୍ତିସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର, ଅଭିଯୋଗ ପତ୍ର ସହ ଆସିବାକୁ ଅଭିଯୋଗକାରୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.