Latest Odisha News

BREAKING NEWS

ପଂଜାବ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍‌ଟକ୍ ବ୍ୟାନ୍‌

ପଂଜାବ: ସ୍ୱର୍ଣ୍ଣ ମନ୍ଦିରରେ ବ୍ୟାନ୍ ହେଲା ଟିକ୍‌ଟକ୍ । ପଂଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍‌ଟକ୍ ଭିଡିଓ ବ୍ୟାନ୍ କରିବା ପାଇଁ ନୋଟିସ୍ ଲଗାଯାଇଛି । ଏହି ନୋଟିସ୍‌ରେ ଟିକ୍‌ଟକ୍ ବ୍ୟାନ୍ କରାଯାଇଥିବା ଉଲ୍ଲେଖ ରହିଛି । ଶିରାମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଶ୍ରୀହରମନ୍ଦିର ସାହିବଙ୍କ ପକ୍ଷରୁ ମନ୍ଦିର ପରିସରରେ ଏହି ନୋଟିସ ଲାଗିଛି । ଏହା ଏକ ପୂଜା ସ୍ଥଳ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଟିକ୍‌ଟକ୍ ନକରିବା ପାଇଁ ଅପିଲ କରାଯାଇଛି । ଏଥିସହ ଏଭଳି ଗତିବିଧିରୁ ଦୂରେଇ ରହିବା ପାଇଁ ମଧ୍ୟ ଶ୍ରୀହରମନ୍ଦିର ସାହିବଙ୍କ ପକ୍ଷରୁ କୁହାଯାଇଛି । ଯଦି ଲୋକମାନେ ଏଠାରେ ଭିଡିଓ କରିବା ବନ୍ଦ ନକରନ୍ତି, ତେବେ ଆମେ ଏସ୍‌ଜିପିସି ଆଗରେ ଗୁରୁଦ୍ୱାରା ପରିସରରେ ମୋବାଇଲ ଫୋନ ବ୍ୟାନ୍ କରିବାକୁ ଦାବି କରିବୁ ବୋଲି ସ୍ୱର୍ଣ୍ଣ ମନ୍ଦିର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.