Latest Odisha News

BREAKING NEWS

ଆଡପ ମଣ୍ଡପରେ ମହାପ୍ରଭୂଙ୍କୁ ଦର୍ଶନ କଲେ ଅଲିମ୍ପିଆନ ଶୁଟର ଗଗନ ନାରଙ୍ଗ

ପୁରୀ: ଚଳିତ ରଥଯାତ୍ରା ଅବସରରେ ଭାରତୀୟ ସୁଟର ପଦ୍ମଶ୍ରୀ ଗଗନ ନାରଙ୍ଗ ଶ୍ରୀଜୀଉମାନଙ୍କୁ ଆଡପ ମଣ୍ଡପ ରେ ଦର୍ଶନ କରିଛନ୍ତି। ଦର୍ଶନ ପରେ ନିଜ ପ୍ରତିକ୍ରିୟା ରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ ଭବୁଛନ୍ତି ବୋଲି କହିବା ସହ ଏହି ଅନୁଭବ ସାରା ଜୀବନ ଆଛାଦିତ କରି ରଖିଥିବ ବୋଲି ଭାବ ବିହ୍ବଳ କଣ୍ଠରେ କହିଥିଲେ। ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ,ଆଇଜି ପିନାକ ମିଶ୍ର, କ୍ରୀଡା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଶ୍ରୀ ନାରଙ୍ଗ ଙ୍କୁ ସ୍ବାଗତ କରିଥିଲେ ।

ସୂଚନା ଯୋଗ୍ୟ ଯେ ପଦ୍ମଶ୍ରୀ ଶ୍ରୀ ନାରଙ୍ଗ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପଦକ ଜିତିଥିଲେ। ସେ ପୁରୁଷ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଏକ କାଂସ୍ୟ ପଦକ ହାସଲ କରିଥିଲେ, ଯାହା ଗେମ୍ସର ସେହି ସଂସ୍କରଣରେ ଭାରତର ପ୍ରଥମ ପଦକ ଥିଲା। ଗଗନ କ୍ୟାରିୟରରେ ୪ ଥର ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ୨୦୨୪ ପ୍ୟାରିସ ଗେମ୍ସରେ ଗଗନ ଭାରତର ଚେଫ ଡି ମିଶାନ ହୋଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ୨୦୦୬ ଓ ୨୦୧୦ରେ ୪ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୦ ମ୍ୟୁନିକ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.