ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ୨ଟି ଟି୨୦ ସିରିଜ ହାରିବା ପରେ ଭାରତ ଏକ ନମ୍ବର ସ୍ଥାନ ହରାଇଥିଲା । ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ ପରାଜୟବରଣ କରିଥିଲା । ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୨ଟି ମ୍ୟାଚ ଜିତି ଜିମ୍ବାୱେ ବିପକ୍ଷରେ ଆଗୁଆ ସିରିଜ ଜିତିନେଇଛି । ଏହା ଦଳକୁ ଫାଇଦାରେ ରଖିଛି । ୧୪ ଦିନ ମଧ୍ୟରେ ଟିମ ଇଣ୍ଡିଆ ପୂନର୍ବାର ଶୀର୍ଷ ସ୍ଥାନକୁ ଫେରି ଆସିଛି । ୧୧ ଜୁଲାଇରେ ଭାରତ ୧ ନମ୍ବର ସ୍ଥାନ ହରାଇଥିଲା । ଏବେ ଇଂଲଣ୍ଡ ଓ ଭାରତର ସମାନ ୨୬୮ ରେଟିଂ ପଂଏଟ ରହିଛି ।
ତେବେ ଟିମ ଇଣ୍ଡିଆ ଫାଇଦାରେ ରହି ଏକ ନମ୍ବର ସ୍ଥାନ ହାସଲ କରିଛି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୯ ରନ କରିଥିଲା । ଜବାବରେ ଜିମ୍ବାୱେ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା । ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଜୁଲାଇ ୨୬ରେ ଖେଳାଯିବ । ଏହି ମ୍ୟାଚରେ ଚୂଡାନ୍ତ ଏକାଦଶରେ ଭାରତ କେତେକ ପରିବର୍ତନ କରିବ ବୋଲି ଅଧିନାୟକ ଶ୍ରେୟାଶ ଆୟାର ସୂଚନା ଦେଇଛନ୍ତି ।