ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ । NEET ପେପର୍ ଲିକ୍ ମାମଲାକୁ ନେଇ ୨୬ ଦିନ ଧରି ଅନଶନରେ ବସିଥିବା ସୋନମ ଆଜି ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରି ସେ ପତ୍ନୀ ଗିତାଞ୍ଜଳି ୱାଙ୍ଗମୋଙ୍କ ସହ ପ୍ରଥମେ ଦିଲ୍ଲୀ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସରକାର ୱାଙ୍ଗଚୁକଙ୍କ ସମସ୍ତ ଦାବି ଗ୍ରହଣ କରିବା ପରେ ୨୪ ଜୁଲାଇ ବିଳମ୍ବିତ ରାତିରେ ଅନଶନ ଭଙ୍ଗ କରିଥିଲେ । ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ, ଯଦି ଆନ୍ଦୋଳନ ସଫଳ ହୋଇ ନଥାନ୍ତା ତେବେ ସେ କୌଣସି ପିଲା ଅଥବା ବୟଷ୍କା ମହିଳାଙ୍କ ହାତରେ ଅନଶନ ସମାପ୍ତ କରାଇଥାନ୍ତେ । ତେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି.ନଡ୍ଡା ତାଙ୍କୁ ସୁପ୍ ପିଆଇ ଅନଶନ ଭଙ୍ଗ କରିଥିଲେ ।
ସୋନମ ୱାଙ୍ଗଚୁକ୍ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ତାଙ୍କ ଅନଶନ ଭଙ୍ଗ କଥା ଉଲ୍ଲେଖ କରିଛନ୍ତି, ସେ କହିଛନ୍ତି ଯେ, ଲଦ୍ଦାଖ ସାମାଜିକ ଜୀବନରେ ଏଭଳି ଘଟଣାରେ ନେତୃତ୍ୱ ସ୍ଥାନୀୟ ଅଥବା ସମ୍ମାନଜନକ ଲୋକଙ୍କ ହାତରେ ଅନଶନ ଭଙ୍ଗ କରାଯାଏ । ଏହାକୁ ଲଦ୍ଦାଖରେ ସମ୍ମାନର କଥା ବୋଲି କୁହାଯାଏ ।
ସୂଚନାଯୋଗ୍ୟ, ନିଟ୍-ୟୁଜି ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି ଆହ୍ୱନରେ ଦିଲ୍ଲୀ ଜନ୍ତର-ମନ୍ତରରେ ସୋନମ ୱାଙ୍ଗଚୁକ୍ ଦୀର୍ଘ ୨୬ ଦିନ ଅନଶନରେ ବସିଥିଲେ । ଶେଷରେ ସରକାର ତାଙ୍କ ଦାବି ମାନି ନେବା ସହ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି.ନଡ୍ଡା ତାଙ୍କୁ ସୁପ୍ ପିଆଇ ଅନଶନ ଭଙ୍ଗ କରିଥିଲେ ।