Latest Odisha News

BREAKING NEWS

ଭାରତୀୟ ବାୟୁସେନାରେ ନିଯୁକ୍ତ ହେବେ ଅଗ୍ନିବୀର ବାୟୁ (ସଙ୍ଗୀତଜ୍ଞ)

ଅନଲାଇନ୍ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ଭାରତୀୟ ବାୟୁସେନାର ଅଗ୍ନିବୀରବାୟୁ (ସଙ୍ଗୀତଜ୍ଞ) ପଦବୀ ପାଇଁ ଇନ୍‌ଟେକ୍ ୦୧/୨୦୨୭ ନିମନ୍ତେ ଅବିବାହିତ ଭାରତୀୟ ପୁରୁଷ ଓ ମହିଳା ପ୍ରାର୍ଥୀଙ୍କଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି।

ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ ଦଶମ ଶ୍ରେଣୀ କିମ୍ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସହ ସଙ୍ଗୀତ କ୍ଷେତ୍ରରେ ନିର୍ଦ୍ଧାରିତ ଦକ୍ଷତା ଥିବା ଆବଶ୍ୟକ। ଅନଲାଇନ୍ ପଞ୍ଜୀକରଣ ୨୦ ଜୁଲାଇ ୨୦୨୬ ସକାଳ ୧୧ଟାରୁ ଆରମ୍ଭ ହୋଇ ୨ ଅଗଷ୍ଟ ୨୦୨୬ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ। ଅନଲାଇନ୍ ପରୀକ୍ଷା ୩୧ ଅଗଷ୍ଟରୁ ୯ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ। ଆଗ୍ରହୀ ପ୍ରାର୍ଥୀମାନେ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ ବୋଲି କୁହାଯାଇଛି।

ଯୋଗ୍ୟତା, ବୟସ ସୀମା, ଶାରୀରିକ ଓ ଡାକ୍ତରୀ ମାନଦଣ୍ଡ ସମ୍ପର୍କିତ ସର୍ତ୍ତାବଳୀ ଏବଂ ଅନ୍ୟାନ୍ୟ ବିସ୍ତୃତ ସୂଚନା ସମ୍ପୃକ୍ତ ବିଜ୍ଞପ୍ତି ପୋର୍ଟାଲରେ ଉପଲବ୍ଧ ରହିଛି।

 

Leave A Reply

Your email address will not be published.