Latest Odisha News

BREAKING NEWS

କାଣୀ ନଦୀରେ ୨ଟି ଘାଇ;ଗାଁରେ ପଶିଲା ବନ୍ୟା ପାଣି

ଦଶରଥପୁର:ବୈତରଣୀ ନଦୀରେ ବଡ଼ ବନ୍ୟା ଆସିଛି । ଫଳରେ ଶାଖା ନଦୀ କାଣୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହୋଉଛି । ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାଵିଲ ପାଟଣାଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା। ଘାଇ ହେବା ଫଳରେ ମଲିକାପୁର, ତରପଦା, କସ୍ପା, ଛଚିଣା, କନିକାପଡା, ମଙ୍ଗଳପୁର, କୟାଁ, କମାରଡିହ, ଜୟନ୍ତରା, କଟିକଟା ଆଦି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ।

ଏପଟେ ଗତକାଲି ଠାରୁ ଆଖିଆଅପିଆ ରହିଥିବା ଅଭିଯୋଗ ହୋଇଛି। ୨ ଦିନ ହେବ ଏଯାବତ ପ୍ରଶାସନ ପହଂଚି ନଥିବା କିମ୍ବା କୌଣସି ଖାଦ୍ୟ ପହଂଚି ନଥିବା ଲୋକେ କହିଛନ୍ତି।

ଅନ୍ୟପଟରେ ଅହିୟାସ ବଜାର ଉପରେ ୪ ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେବାରୁ ପ୍ରାୟ ସମସ୍ତ ଦୋକାନରେ ପାଣି ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଯାଇଛି।

Leave A Reply

Your email address will not be published.