Latest Odisha News

BREAKING NEWS

ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର; ଧବଳେଶ୍ବର ପୀଠକୁ ଯିବା ନେଇ ଲାଗିଲା କଟକଣା

କଟକ:ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଦୁର୍ଦ୍ଦଶା । ଉପରମୁଣ୍ଡରେ ବର୍ଷା ଏବଂ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେତୁ ମହାନଦୀରେ ଜଳପ୍ରବାହ ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଧବଳେଶ୍ବରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କୁ ଯିବାକୁ ବାରଣ କରାଯାଇଛି ।

ମହାନଦୀ ଗର୍ଭରେ ଜଳସ୍ତର ବଢ଼ିବା ଯୋଗୁ ପୀଠକୁ ସଂଯୋଗ କରୁଥିବା ରାସ୍ତା ଓ ଆଖପାଖର ତଳିଆ ଅଞ୍ଚଳଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଏହି ନିୟମକୁ ମାନି ପୀଠକୁ ନ ଯିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.