ହୀରାକୁଦ: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ପର୍ଯ୍ୟାୟକ୍ରମେ ଡ୍ୟାମ୍ର ଗେଟ୍ ଖୋଲାଯାଉଛି । ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।
ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରାୟ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯାଉଛି । ଅନ୍ୟପଟେ ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦରୁ ଛଡ଼ାଯାଉଥିବା ପାଣି ସେଠାରେ ପହଞ୍ଚିବା ପରେ ମୋଟ୍ ପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଇଛି ।
ଏହି ପାଣି ମୁଣ୍ଡଳୀରେ ପହଞ୍ଚିବା ପାଇଁ ପାଖାପାଖି ୪୦ ଘଣ୍ଟା ସମୟ ଲାଗିବ । ସେତେବେଳକୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ପୂର୍ବ ପ୍ରବାହିତ ପାଣି ସମୁଦ୍ରକୁ ବୋହି ଯାଇଥିବ ବୋଲି ଆକଳନ କରାଯାଇଛି । ପୂର୍ବରୁ ଅନ୍ୟ ନଦୀରେ ବିଭିନ୍ନ ନଦୀରେ ୭ ଟି ଘାଇ ହୋଇଛି ।