Latest Odisha News

BREAKING NEWS

ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି: ମନ୍ତ୍ରୀ

ଭଦ୍ରକ: ବନ୍ୟା ଅଞ୍ଚଳରେ ବଢିବ କଲେଜରେ ଆଡମିଶନ ଅବଧି । ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବନ୍ୟା ପାଇଁ ବିଭିନ୍ନ କଲେଜରେ ଆଡମିଶନ ବାଧା ହେଉଥିବା ନେଇ ଖବର ପ୍ରସାରଣ ପରେ ଏଭଳି ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ସମସ୍ତ କଲେଜରେ ଏବେ ନାମଲେଖା ପ୍ରକ୍ରିୟା ଜାରି ରହିଛି । ହେଲେ ଏହି ସମୟରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ ବନ୍ୟା ଜଳ ଲହଡି ମାରୁଛି । ଯାହାକୁ ନେଇ ଚିନ୍ତାରେ ଅଧକ୍ଷ, ଅଧ୍ୟାପକ ଓ ନାମ ଲେଖାଇବାକୁ ଆସିଥିବା ଛାତ୍ରୀ ଏବଂ ଅଭିଭାବକ । ଏହି ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷାମନ୍ତ୍ରୀ ।

Leave A Reply

Your email address will not be published.