Latest Odisha News

BREAKING NEWS

ବିଲ୍ଡରଙ୍କ ଘରୁ ଚୋରି କରିନେଲେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା

ଭୁବନେଶ୍ୱର:ରାଜଧାନୀରେ ବଡ଼ ଧରଣର ଲୁଟ୍ । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀରେ ଜଣେ ବିଲ୍‌ଡରଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। ଘର ତାଲା ଭାଙ୍ଗି ୨ କୋଟି ଟଙ୍କାର ସୁନା ଅଳଙ୍କାର ସହ ୫ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ବେଳେ ଆଜି (ଶନିବାର) ଘଟଣା ପଦାକୁ ଆସିଛି। ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଏଭଳି କଳାକନା ବୁଲାଇଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନାରେ ବିଲ୍‌ଡର ପ୍ରୀତମ କୁମାର ଜେନା ଏତଲା ଦେଇଛନ୍ତି।

ଚୋରମାନେ ପୂର୍ବରୁ ରେକି କରି ଏଭଳି ଅପରାଧିକ କାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରୀତମ ଓ ତାଙ୍କ ପରିବାର ସଦସ୍ୟମାନେ ଶୁକ୍ରବାର ରାତିରେ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ଚୋରମାନେ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ଆଲମୀରା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଚୋରି କରିଥିଲେ। ଲୁଟ୍ ସହ ଘରେ ଲାଗିଥିବା CCTVର ହାର୍ଡଡିସ୍କକୁ ନେଇଯାଇଛନ୍ତି ଲୁଟେରା ।ତେବେ ସ୍ଥାନୀୟ ଅଞ୍ଚଳରେ ଏଭଳି ଚୋରି ଘଟଣାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ଲକ୍ଷ୍ମୀସାଗର ଥାନାଧିକାରୀ କହିଛନ୍ତି ।

 

Leave A Reply

Your email address will not be published.