Latest Odisha News

BREAKING NEWS

ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା

ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍‌ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ। ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ଭୂତୁମୁଣ୍ଡାଇ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ନିମିଢିହି ଗ୍ରାମର ଇଶ୍ୱର ବାରିକ ତାଙ୍କ ଛୋଟ ପୁଅକୁ ସାଙ୍ଗରେ ଧରି ଭୂତୁମୁଣ୍ଡାଇ ପୋଲ ତଳ ମହାନଦୀକୁ ବୋଲବମ୍ ପାଣି ଉଠାଇବା ପାଇଁ ଆସିଥିଲେ । ପାଣି ଆଣି ପୂଜାର୍ଚ୍ଚନା କରିବା ସମୟରେ ପାଣି ଗଡ଼ୁଟି ନଦୀ ସ୍ରୋତରେ ଭାସିଯାଇଥିଲା । ଗଡ଼ୁଟିକୁ ଆଣିବା ପାଇଁ ଯାଇ ପୁଅ ନଦୀ ଗଣ୍ଡକୁ ଚାଲିଯିବା ସହ ଭାସିଯାଇଥିଲେ । ପୁଅକୁ ବୁଡ଼ିଯାଉଥିବା ଦେଖି ବାପା ଇଶ୍ୱର ନଦୀକୁ ଡେଇଁପଡ଼ିଥିଲେ । ସେ ନିଜ ଜୀବନକୁ ବାଜି ଲଗାଇ ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଥିଲେ ମଧ୍ୟ, ନିଜେ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇ ବୁଡ଼ିଯାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ବହୁ ଖୋଜାଖୋଜି ପରେ ଇଶ୍ୱରଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ପୁଅକୁ କୁଜଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.