Latest Odisha News

BREAKING NEWS

ଆଜି ଶ୍ରାବଣ ସୋମବାର, ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତି ବନ୍ଦ

ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର ହୋଇଥିବା ବେଳେ ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହାରି ମଧ୍ୟରେ ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତିରେ ବଡ଼ ବିଭ୍ରାଟ ଦେଖାଦେଇଛି।

ପାରମ୍ପରିକ ଶ୍ରାବଣ ଟଙ୍କା ବଣ୍ଟନକୁ ନେଇ ବ୍ରାହ୍ମଣ ଏବଂ ବଡ଼ୁ ସେବକଙ୍କ ମଧ୍ୟରେ ବିବାଦ ପରେ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତିରେ ଏକ ବଡ଼ ବିଭ୍ରାଟ ଦେଖାଦେଇଛି।

ମତଭେଦ ଯୋଗୁଁ ରବିବାର ସନ୍ଧ୍ୟାରୁ ମନ୍ଦିରର ଦୈନନ୍ଦିନ ରୀତିନୀତି ସ୍ଥଗିତ ରହିଛି। ସୋମବାର ସକାଳେ ବଡ଼ୁ ସେବକମାନେ ସେମାନଙ୍କର ନିର୍ଦ୍ଧାରିତ ରୀତିନୀତି ପାଳନ କରିଥିବା ବେଳେ ପୂଜା ପଣ୍ଡା ସେବକଙ୍କ ଅନୁପସ୍ଥିତି ପୂଜାକୁ ସ୍ଥଗିତ ରଖିଛି। ଯାହା ଫଳରେ ମନ୍ଦିରର ନିୟମିତ ରୀତିନୀତି ସମାପ୍ତ ହୋଇପାରି ନାହିଁ।

ଏହି ବିଭ୍ରାଟ ରାଜ୍ୟର ବିଭିନ୍ନ ସ୍ଥାନରୁ ପବିତ୍ର ପୂଜା ପାଇଁ ଆସିଥିବା ଶହ ଶହ ଭକ୍ତ ଏବଂ କାଉଡ଼ିଆଙ୍କୁ ନିରାଶ କରିଛି। ପୂଜା ସ୍ଥଗିତ ରହିବା ସହିତ ଭକ୍ତମାନେ ପରମ୍ପରାଗତ ପୂଜା ନକରି କେବଳ ଭଗବାନ ଶିବଙ୍କୁ ପବିତ୍ର ଜଳ ଅର୍ପଣ କରି ଫେରିବାକୁ ବାଧ୍ୟ ହୋଇଥିଲେ।

ଅପରପକ୍ଷରେ ବିଶ୍ଵାସ ରହିଛି ଯେ ପ୍ରବିତ୍ର ଶ୍ରାବଣ ମାସର ସୋମବାର ଦିନ ଶିବଙ୍କ ପାଖରେ ଜଳ ଲାଗି କଲେ ମାନସିକ ପୂରଣ ହୋଇଥାଏ ଏବଂ ପୁଣ୍ୟ ମିଳିଥାଏ ।

Leave A Reply

Your email address will not be published.