ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଚେସ ପ୍ରଶିକ୍ଷଣ କେନ୍ଦ୍ର ଏସଆର ଚେସ ସେଣ୍ଟର ଓ ଏସ.ବି ୧ ଗ୍ରୁପ୍ ଅଫ କମ୍ପାନୀଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପାହାଳସ୍ଥିତ ମଦର ପବ୍ଲିକ ସ୍କୁଲଠାରେ ଚଳିତ ମାସ ୧୪ ଓ ୧୫ ତାରିଖ ଦୁଇଦିନ ଧରି ମର୍ଯ୍ୟାଦା ଜନକ ଓଡ଼ିଶା ରାଜ୍ୟ ରାପିଡ୍ ଓ ବ୍ଲିଜ୍ ଫିଡେ ରେଟିଂ କ୍ଷୀପ୍ର ଚେସ୍ ପ୍ରତିଯୋଗିତା (Odisha State Rapid and Blitz FIDE Rating Chess Competition) ଅନୁଷ୍ଠିତ ହେବ।
ଫାଇଡ ଓ ଏ ଆଇସିଏଫ୍ ଦ୍ୱାରା ସୀକୃତିପ୍ରାପ୍ତ, ନିଖିଳ ଓଡ଼ିଶା ଚେସ ସଂଘ ତରଫରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ସହଯୋଗରେ ଅନୁଷ୍ଠିତ ଏହି ଦୁଇ ଦିନିଆ ଚେସ ପ୍ରତିଯୋଗିତାରେ ରାଜ୍ୟର ଯେକୌଣସି ଚେସ୍ ଖେଳାଳୀ ୯୯୦/- ପ୍ରବେଶିକା ଦେୟ ଦେଇ ଉଭୟ ପ୍ରତିଯୋଗିତାରେ ୧୨ ତାରିଖ ରାତି ସୁଦ୍ଧା ସିଧାସଳଖ ଅଂଶଗ୍ରହଣ କରିପାରିବେ। ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳୀମାନେ ଜାତୀୟ ଚେସକୁ ଓଡ଼ିଶାରୁ ମନୋନୀତ ହେବା ସହ ଏଥିରେ ଅନ୍ତର୍ଜାତୀୟ ଫିଡେ ରେଟିଂ ପାଇବାର ଯୋଗ୍ୟତା ଅର୍ଜନ ମଧ୍ୟ କରିପାରିବେ।
ମୋଟ ରେକର୍ଡ ୧,୨୦,୦୦୦/- ଓ ୬୦ ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ଟ୍ରଫି ଓ ମେଡାଲ ଥିବା ଏହି ପ୍ରତିଯୋଗିତାରେ ରାପିଡ୍ ବିଭାଗରେ ଚାମ୍ପିୟନକୁ ୨୦,୦୦୦/-, ରନରଅପକୁ ୧୫,୦୦୦/- ଟଙ୍କା ଓ ୩ୟ ସ୍ଥାନ ହାସଲ କରିଥିବା ଖେଳାଳୀଙ୍କୁ ୧୦,୦୦୦/- ନଗଦ ଅର୍ଥ ସହ ଆକର୍ଷଣୀୟ ଟ୍ରଫି ଓ ମେଡାଲ ପ୍ରଦାନ କରାଯିବ ବୋଲି ଏସ ବି୧ ଗ୍ରୁପ୍ ଅଫ କମ୍ପାନୀର ଅଧ୍ୟକ୍ଷ ବୟୀଜନ୍ତି ସାହୁ ପ୍ରକାଶ କରିଛନ୍ତି। ଏହାଛଡ଼ା ଶ୍ରେଷ୍ଠ ୧୫ଜଣ ଖେଳାଳୀଙ୍କୁ ନଗଦ ଅର୍ଥ ସହ ୭, ୯, ୧୧, ୧୩ ଓ ୧୫ ବର୍ଷରୁ କମ୍ ଶ୍ରେଷ୍ଠ ୪ଜଣ ଉଭୟ ବାଳକ ଓ ବାଳିକାଙ୍କୁ ଆକର୍ଷଣୀୟ ଟ୍ରଫି ସହ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ଇ ସାର୍ଟିଫିକେଟ ପ୍ରଦାନ କରାଯିବ।

ପ୍ରତିଯୋଗିତାରେ ଶ୍ରେଷ୍ଠ ଭେଟ ରାନ, ଶ୍ରେଷ୍ଠ ମହିଳା, ଶ୍ରେଷ୍ଠ ଭିନ୍ନକ୍ଷମ, ୧୬୦୦ ରେଟିଙ୍ଗରୁ କମ୍ ୩ଜଣ, ୧୮୦୦ ରେଟିଙ୍ଗରୁ କମ୍ ୩ଜଣ ଓ ଭାଗ ନେଇଥିବା ଶ୍ରେଷ୍ଠ ୫ଜଣ ଅଣ ରେଟେଡ଼ ଖେଳାଳୀଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯିବ। ସେହିପରି ବ୍ଲିଜ ବିଭାଗରେ ଚାମ୍ପିୟନକୁ ୧୫,୦୦୦/-, ରନରଅପକୁ ୧୦,୦୦୦/- ଟଙ୍କା ଓ ୩ୟ ସ୍ଥାନ ହାସଲ କରିଥିବା ଖେଳାଳୀଙ୍କୁ ୬,୦୦୦/- ନଗଦ ଅର୍ଥ ସହ ଆକର୍ଷଣୀୟ ଟ୍ରଫି ଓ ମେଡାଲ ପ୍ରଦାନ କରାଯିବ। ଏହା ବାଦ୍ ଶ୍ରେଷ୍ଠ ୧୫ ପ୍ରତିଯୋଗୀଙ୍କୁ ମୋଟ ୫୦ ହଜାର ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରାଯିବ।
ଅଧିକ ଜାଣିବା ପାଇଁ ସତ୍ୟ ରଂଜନ ପଟ୍ଟନାୟକ ମୋ -୯୪୩୭୨୦୮୫୦୬,୭୦୦୮୯୭୩୯୫୦ କିମ୍ବା ଏସ ଆର ଚେସ ସେଣ୍ଟର ସଭାପତି ଶୁଭାଶିଷ ପଟ୍ଟନାୟକ ମୋ ୯୮୬୧୩୯୧୨୫୮ ସହ ଯୋଗାଯୋଗ କରିବା ପାଇଁ ଏଓସିଏ ଯୁଗ୍ମ ସମ୍ପାଦକ ଭବେଶ ମହାନ୍ତି ଅନୁରୋଧ କରିଛନ୍ତି।