Latest Odisha News

BREAKING NEWS

ଟେଷ୍ଟ କ୍ରିକେଟ: ନିଜ ଦେଶ ବାହାରେ କେବେବି ଶତକ ମାରିନାହାନ୍ତି ଏହି ୫ ଜଣ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବିଦେଶ ମାଟିରେ ବ୍ୟାଟିଂ କରିବା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ । ଘରୋଇ ପରିବେଶରେ ଖେଳିବା ଯେତିକି ସହଜ, ଅନ୍ୟ ଦେଶର ଭିନ୍ନ ପିଚ ଓ ଜଳବାୟୁ ସହ ଖାପଖୁଆଇ ରନ କରିବା ସେତିକି କଷ୍ଟକର । ବିଶ୍ୱ କ୍ରିକେଟରେ ଏପରି କିଛି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ନିଜ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି ସତ, କିନ୍ତୁ ବିଦେଶ ମାଟିରେ ଗୋଟିଏ ହେଲେ ବି ଟେଷ୍ଟ ଶତକ ହାସଲ କରିପାରିନାହାନ୍ତି । ଆସନ୍ତୁ ଜାଣିବା ଏହି ୫ ଜଣ ଖେଳାଳିଙ୍କ ବିଷୟରେ-

ଅର୍ଜୁନ ରଣତୁଙ୍ଗା (ଶ୍ରୀଲଙ୍କା): ଶ୍ରୀଲଙ୍କାକୁ ୧୯୯୬ ବିଶ୍ୱକପ୍ ଜିତାଇଥିବା ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କ ନାଁରେ ବିଦେଶ ମାଟିରେ ବିନା ଶତକରେ ସବାଧିକ ରନ୍ କରିବାର ରେକର୍ଡ ରହିଛି । ସେ ନିଜ ଦେଶ ବାହାରେ ୪୫ଟି ଟେଷ୍ଟ ଖେଳି ୧୬ଟି ଅର୍ଦ୍ଧଶତକ ସହ ୨,୨୫୪ ରନ୍ ସଂଗ୍ରହ କରିଛନ୍ତି । ବିଦେଶରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୯୦ ରନ୍ ରହିଛି । ମହମ୍ମଦ ରିଜୱାନ୍ (ପାକିସ୍ତାନ):ପାକିସ୍ତାନର ଷ୍ଟାର ୱିକେଟକିପର-ବ୍ୟାଟର ମହମ୍ମଦ ରିଜୱାନ୍ ମଧ୍ୟ ବିଦେଶ ମାଟିରେ ଏପର‌୍ୟ୍ୟନ୍ତ କୌଣସି ଟେଷ୍ଟ ଶତକ ମାରିପାରିନାହାନ୍ତି । ସେ ବିଦେଶରେ ୪୨ଟି ଇନିଂସ ଖେଳି ୩୮.୭୬ ହାରରେ ରନ୍ କରିଛନ୍ତି, ଯେଉଁଥିରେ ୧୧ଟି ଅର୍ଦ୍ଧଶତକ ସାମିଲ ଅଛି ।

ଟେମ୍ବା ବାଭୁମା (ଦକ୍ଷିଣ ଆଫ୍ରିକା):ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଅଧିନାୟକ ଟେମ୍ବା ବାଭୁମା ୬୬ଟି ଟେଷ୍ଟ ମ୍ୟାଚ୍‌ରୁ ୪ଟି ଶତକ ଓ ୨୬ଟି ଅର୍ଦ୍ଧଶତକ ସହ ୩,୮୧୦ ରନ୍ କରିଛନ୍ତି । କିନ୍ତୁ ସେ ବିଦେଶରେ ଖେଳିଥିବା ୩୦ଟି ଟେଷ୍ଟ ମ୍ୟାଚ୍‌ରେ ୧୩ଟି ଅର୍ଦ୍ଧଶତକ ହାସଲ କରିଥିଲେ ବି ଶତକ ମାରିବାରେ ବିଫଳ ହୋଇଛନ୍ତି । ଜୋସ ବଟଲର୍ (ଇଂଲଣ୍ଡ);ଇଂଲଣ୍ଡର ବିସ୍ଫୋରକ ୱିକେଟକିପର-ବ୍ୟାଟର ଜୋସ୍ ବଟଲର୍ ନିଜ କ୍ୟାରିୟରରେ ମୋଟ ୫୭ଟି ଟେଷ୍ଟ ଖେଳିଛନ୍ତି । ଏଥିମଧ୍ୟରୁ ସେ ନିଜ ଦେଶ ବାହାରେ ୨୬ଟି ଟେଷ୍ଟ ଖେଳି ୨୮ ହାରରେ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଦେଶ ମାଟିରେ ତାଙ୍କର ସର୍ବାଧିକ ସ୍କୋର ୭୬ ରନ୍ ରହିଛି । ରଡ୍ ମାର୍ଷ (ଅଷ୍ଟ୍ରେଲିଆ);ଅଷ୍ଟ୍ରେଲିଆର ପୂର୍ବତନ ଦିଗ୍ଗଜ କ୍ରିକେଟର ରଡ୍ ମାର୍ଷ ୯୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୧୯୭୨ ରୁ ୧୯୮୨ ମଧ୍ୟରେ ସେ ବିଦେଶରେ ୪୦ଟି ଟେଷ୍ଟ ଖେଳି ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ । ୧୯୭୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ୯୭ ରନ୍ କରିଥିବା ବେଳେ ହିଟ୍ ୱିକେଟ ହୋଇ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ।

Leave A Reply

Your email address will not be published.