Latest Odisha News

BREAKING NEWS

ବାଘଛାଲ ଚୋରାଚାଲାଣର ପର୍ଦ୍ଦାଫାଶ, ଗିରଫ ଅଭିଯୁକ୍ତ

ଭବାନୀପାଟଣା: କଳାହାଣ୍ଡି ବନବିଭାଗକୁ ବଡ଼ ସଫଳତା। ବାଘଛାଲ ଚୋରାଚାଲାଣର ହେଲା ପର୍ଦ୍ଦାଫାଶ। ବାଘ ଛାଲ ବିକ୍ରି ଯୋଜନା ବେଳେ ମାଡ଼ିବସିଲା ବନବିଭାଗ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନର ଡହଗାଁରୁ ବାଘଛାଲ ଜବତ। ବାଘ ଛାଲ ଜବତ ସହ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ହିର୍ଲିଡଙ୍ଗର ଅଞ୍ଚଳର ସୁକେନ ଗୌଡ଼ ବୋଲି ଜଣାପଡ଼ିଛି।

ଅଭିଯୁକ୍ତଠାରୁ ବାଘ ଛାଲ, ନଖ ଓ ଦାନ୍ତ ଜବତ କରାଯାଇଛି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ବନ ବିଭାଗ ଅଧିକ ତଦନ୍ତ ଚଳାଇଛି । ଖବର ଅନୁସାରେ, ଡହଗାଁ ଅଞ୍ଚଳରେ ସୁକେନ ଗୌଡ଼ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ଖବର ପାଇ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଏସିଏଫଙ୍କ ତତ୍ତ୍ୱାବଧାନରେ ବନବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ବାଘ ଛାଲ ସହ ନଖ ଓ ଦାନ୍ତ ଜବତ କରାଯାଇଥିଲା । ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.