Latest Odisha News

BREAKING NEWS

ଡ୍ରାଭିଡଙ୍କ ଏହି ରେକର୍ଡ ଏବେ ବି ରହିଛି ଅତୁଟ

ନୂଆଦିଲ୍ଲୀ: ଭାରତର ପୂର୍ବତନ ମହାନ ବ୍ୟାଟର ରାହୁଲ ଡ୍ରାଭିଡ ନିଜ କ୍ୟାରିୟରରେ ଏପରି ୩ଟି ବିଶେଷ ରେକର୍ଡ ରହିଛି, ଯେଉଁଥିରେ ସେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଡ୍ରାଭିଡ ନିଜ ଟେଷ୍ଟ କ୍ୟାରିୟରରେ ମୋଟ ୩୧,୨୫୮ଟି ବଲ୍‌ର ସାମ୍ନା କରିଛନ୍ତି । ବିଶ୍ୱ କ୍ରିକେଟ୍‌ରେ ଅନ୍ୟ କୌଣସି ବ୍ୟାଟର ଏତେ ବଲ୍ ଖେଳିନାହାନ୍ତି । ଏହି ତାଲିକାରେ ସଚିନ୍ ତେନ୍ଦୁଲକର (୨୯,୪୩୭ ବଲ୍) ଦ୍ୱିତୀୟ ସ୍ଥାନରେ ଅଛନ୍ତି ।  ସଚିନ୍‌ଙ୍କଠାରୁ ଡ୍ରାଭିଡ ପ୍ରାୟ ୧,୮୦୦ ରୁ ଅଧିକ ବଲ୍ ଖେଳିଛନ୍ତି ।

ଟେଷ୍ଟ କ୍ରିକେଟ୍‌ରେ ବ୍ୟାଟିଂ କରିବା ସମୟରେ ରାହୁଲ କ୍ରିଜ୍‌ରେ ୪୪,୧୫୨ ମିନିଟ୍ (ପ୍ରାୟ ୭୩୫ ଘଣ୍ଟା) ସମୟ ବିତାଇଛନ୍ତି । ଏହି ମାମଲାରେ ବି ସେ ବିଶ୍ୱରେ ପ୍ରଥମ ସ୍ଥାନରେ ଅଛନ୍ତି । ସଚିନ୍ ତେନ୍ଦୁଲକର କ୍ରିଜ୍‌ରେ ୪୧,୩୦୪ ମିନିଟ୍ ବିତାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟେଷ୍ଟ କ୍ରିକେଟ୍‌ରେ ଡ୍ରାଭିଡ ମୋଟ ୮୮ ଥର ୧୦୦ କିମ୍ବା ତା’ଠାରୁ ଅଧିକ ରନ୍‌ର ଭାଗିଦାରୀ କରିଛନ୍ତି । ସଚିନ୍ ତେନ୍ଦୁଲକର ୮୬ ଥର ଏପରି ଭାଗିଦାରୀ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରୋଚକ କଥା ହେଉଛି, ଡ୍ରାଭିଡ ଓ ସଚିନ୍ ମିଶି ଏକାଠି ୨୦ଟି ଶତକୀୟ ଭାଗିଦାରୀ ଗଢ଼ିଥିଲେ । ଖେଳାଳି ଭାବେ ଅବସର ନେବା ପରେ ମଧ୍ୟ ଭାରତୀୟ କ୍ରିକେଟ୍‌ରେ ତାଙ୍କର ଯୋଗଦାନ ଜାରି ରହିଥିଲା । ତାଙ୍କର କୋଚିଂରେ ଭାରତୀୟ ଦଳ ୨୦୨୪ ଟି୨୦ ବିଶ୍ୱକପ୍ ଟାଇଟଲ୍ ହାସଲ କରିଥିଲା । ଡ୍ରାଭିଡ ଭାରତ ପକ୍ଷରୁ ୧୬୪ ଟେଷ୍ଟ ଖେଳି ୧୩୨୮୮ ରନ କରିଛନ୍ତି । ଏଥିରେ ୩୬ ଶତକ ଓ ୬୩ ଅର୍ଦ୍ଧଶତକ ସାମିଲ । ୨୭୦ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର । ସେହିପରି ଦିନିକିଆରେ ୩୪୪ ମ୍ୟାଚ ଖେଳି ୧୦୮୮୯ ରନ କରିଛନ୍ତି । ଏଥିରେ ୧୨ ଶତକ ୮୩ ଅର୍ଦ୍ଧଶତକ ସାମିଲ ।

Leave A Reply

Your email address will not be published.