Latest Odisha News

BREAKING NEWS

Bhadrak Graveyard Mystery: ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ଅଭିଯୋଗ;ଗୁଣିଗାରେଡ଼ି ପାଇଁ ଏମିତି…

ଭଣ୍ଡାରିପୋଖରୀ:ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ହୋଇଛି । ୨୦୧୬ ମସିହାରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପ୍ରଥମେ ୫ ଗୋଟି ଶଵ ଚୋରି ହୋଇଥିଲା। ଏହାପରେ କ୍ରମଶଃ ଶବ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶେଷ ଥର ପାଇଁ ଗତ ଫେବୃଆରୀ ମାସରେ ପାଞ୍ଚ ଗୋଟି ଶବଚୋରି ହୋଇଥିଲା।

ସୂଚନାଥାଉକି,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଓ ଥାନା ଅଧିକାରିଣୀ ରାଜଲକ୍ଷ୍ମୀ ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା।

ପୁଣି କିଛି ମାସ ପରେ ଗତ ସୋମବାର ବିଳମ୍ବିତ ରାତିରେ ମଶାଣିରୁ ଶବ ଚୋରି ହେବା ଘଟଣା ସାମ୍ନାକୁ ଆସିଛି । କିଏ ଓ କାହିଁକି ଶବ ଚୋରି କରୁଛି ତାହା ଏଯାଏଁ ଜଣା ପଡିନାହିଁ ।

ଗ୍ରାମର କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ବୈତରଣୀ ନଦୀ ପଠାରେ ଥିବା ଏହି ଶ୍ମଶାନରେ ସଂସ୍କାର କରାଯାଇ ପୋତି ଦିଆଯାଇଥାଏ । ବାରମ୍ବାର ମଶାଣିରୁ ଶବ ଚୋରି ଗାଏବ ହେଉଥିବା ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ଗୁଣିଗାରେଡ଼ି ପାଇଁ ଏମିତି କରାଯାଉଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ସ୍ଥାନୀୟ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ସନ୍ଦେହ କରାଯାଉଛି ।

Leave A Reply

Your email address will not be published.