Latest Odisha News

BREAKING NEWS

Digapahandi Jail Employee: ସବ ଜେଲ ୱାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର;ସଠିକ୍ କାରଣ ଅସ୍ପଷ୍ଟ

ଦିଗପହଣ୍ଡି:ଦିଗପହଣ୍ଡି ସବ୍-ଜେଲ୍ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ଜେଲରେ କାର୍ଯ୍ୟରତ ଜଣେ ୱାର୍ଡରଙ୍କ ସନ୍ଦେହଜନକ ପରିସ୍ଥିତିରେ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାଟର୍ସରୁ ଉଦ୍ଧାର କରାଯାଇଛି । ମୃତ ଜେଲ୍ ୱାର୍ଡର ଜଣକ ହେଲେ ଶିବାନନ୍ଦ ସ୍ୱାଇଁ ।ଶିବାନନ୍ଦ ସ୍ୱାଇଁ କୋଟିନଡା ଥାନା ନୂଆପଲ୍ଲୀ ଗାଁ ର ବାସିନ୍ଦା।

ସୂଚନାମୁତାବକ, ଆଠ ଦିନ ହେବ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ପୂର୍ବରୁ ସେ ପୁରୀ ଜେଲରେ କାମ କରୁଥିଲେ । ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ ।

ମିଳିଥିବା ସୂଚନାନୁସାରେ, ଆଜି ସକାଳ ୧୦ଟା ପରଠାରୁ ଶିବାନନ୍ଦ ନିଜ କ୍ୱାର୍ଟରର କବାଟ ଖୋଲି ନଥିଲେ । ଦୀର୍ଘ ସମୟ ଧରି ଘର ଭିତରୁ କୌଣସି ଶବ୍ଦ ନମିଳିବାରୁ ଅନ୍ୟ ୱାର୍ଡର ଓ ଜେଲ୍ କର୍ମଚାରୀମାନେ ସନ୍ଦେହ ପ୍ରକାଶ କରିଥିଲେ । ସେମାନେ ବାରମ୍ବାର କବାଟ ବାଡ଼େଇଥିଲେ ମଧ୍ୟ ଭିତରୁ କୌଣସି ପ୍ରତିକ୍ରିୟା ମିଳିନଥିଲା । ଶେଷରେ ବାଧ୍ୟ ହୋଇ କର୍ମଚାରୀମାନେ ଘରର ଗୋଟିଏ ଝରକା ଖୋଲି ଦେଖିବା ବେଳକୁ ଶିବାନନ୍ଦ ବେକରେ ରଶି ଲଗାଇ ଝୁଲୁଥିବା ନଜରକୁ ଆସିଥିଲା । ଘଟଣା ସମ୍ପର୍କରେ ତୁରନ୍ତ ପାଟପୁର ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପାଟପୁର ପୋଲିସ ଏବଂ ସାନଖେମୁଣ୍ଡି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ପାରିବାରିକ କଳହ ଯୋଗୁଁ ଶିବାନନ୍ଦ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ଭାବେ ଚର୍ଚ୍ଚା ହେଉଥିଲେ ବି ମୃତ୍ୟୁର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.