Latest Odisha News

BREAKING NEWS

NSA Ajit Doval on Op Sindoor: ‘ଭାରତର ସହନଶୀଳତା ଦୁର୍ବଳତା ନୁହେଁ’:ଡୋଭାଲଙ୍କ ଚେତାବନୀ -“ଆମେ କଠୋର ପ୍ରହାର କରିପାରୁ”

ନୂଆଦିଲ୍ଲୀ:ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ କହିଛନ୍ତି ଯେ ଭାରତର ଉଦାରତା ଓ ସହନଶୀଳତାକୁ ଦୁର୍ବଳତା ବୋଲି ବୁଝିବା ଅନୁଚିତ୍ ; ପରିଣାମ ଯାହା ହେଉନା କାହିଁକି, ଦେଶ ସାହସିକ ପଦକ୍ଷେପ ନେବା ଏବଂ ଶତ୍ରୁ ଉପରେ କଠୋର ଆକ୍ରମଣ କରିବାକୁ ସକ୍ଷମ ଅଟେ। ଡିସକଭରୀର ଆଗାମୀ ଡକ୍ୟୁମେଣ୍ଟାରୀ ସିରିଜ୍ ‘ଡିକଲାସିଫାଏଡ୍: ଅପରେସନ୍ ସିନ୍ଦୂର’ (Declassified: Operation Sindoor) ପାଇଁ ମତ ରଖିବା ବେଳେ ଡୋଭାଲ୍ କହିଥିଲେ ଯେ, ଏହି ୮୮-ଘଣ୍ଟିଆ ସାମରିକ ଅଭିଯାନର ଲକ୍ଷ୍ୟ ଥିଲା ଶତ୍ରୁ ଶିବିରଗୁଡ଼ିକୁ ଧ୍ୱଂସ କରିବା—ବିଶେଷକରି ସେହି ଶିବିରଗୁଡ଼ିକୁ ଯାହା ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଥିଲା।

‘ଅପରେସନ୍ ସିନ୍ଦୂର’ ପରେ ନିଜର ପ୍ରଥମ ସାକ୍ଷାତକାରରେ ଡୋଭାଲ୍ କହିଥିଲେ, “ସମଗ୍ର ବିଶ୍ୱ ପାଇଁ ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ—ଭାରତର ଉଦାରତା କିମ୍ବା ସହନଶୀଳତାକୁ ଦୁର୍ବଳତା ଭାବି ଭୁଲ୍ କରନ୍ତୁ ନାହିଁ । ଭାରତ ସାହସିକ ପଦକ୍ଷେପ ନେଇପାରେ,ଭାରତ କଠୋର ଆକ୍ରମଣ କରିପାରେ,ଫଳାଫଳ ଯାହା ହେଉନା କାହିଁକି।”

ଏକ ବିବୃତ୍ତିରେ ଡିସ୍କଭରୀ କହିଛି ଯେ, ଦୁଇ ଭାଗ ବିଶିଷ୍ଟ ଏହି ଡକ୍ୟୁମେଣ୍ଟାରୀ ସିରିଜ୍ ଭାରତର ସାମରିକ ଓ ଜାତୀୟ ସୁରକ୍ଷା ନେତୃତ୍ୱଙ୍କୁ ଏକତ୍ରିତ କରିଥାଏ,
ଯାହାଫଳରେ ‘ଅପରେସନ୍ ସିନ୍ଦୂର’ ସହ ଜଡ଼ିତ ନିଷ୍ପତ୍ତି ଓ ଘଟଣାଗୁଡ଼ିକର ବିବରଣୀ ଦିଆଯାଇପାରିବ। ଏଥିରେ ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ତଦାରଖ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତ୍ୟକ୍ଷ ବିବରଣୀ ରହିଛି। ଏହି କାର୍ଯ୍ୟକ୍ରମରେ ସାମରିକ ପ୍ରତିକ୍ରିୟା ପଛର ନିଷ୍ପତ୍ତି ଓ ଦୃଢ଼ ସଂକଳ୍ପ ସମ୍ପର୍କରେ ଡୋଭାଲ ଆଲୋଚନା କରିଛନ୍ତି । ‘ଡିକ୍ଲାସିଫାଏଡ୍: ଅପରେସନ୍ ସିନ୍ଦୂର’ (Declassified: Operation Sindoor) ଶନିବାର ରାତି ୯ଟାରେ ଡିସକଭରୀ (Discovery) ଏବଂ ଷ୍ଟ୍ରିମିଂ ସେବା ଡିସକଭରୀ+ (Discovery+) ରେ ପ୍ରସାରିତ ହେବ।

ଗତ ବର୍ଷ ମେ’ ୭ ତାରିଖ ସକାଳେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ଥିଲା ଏପ୍ରିଲ୍ ୨୨ ତାରିଖରେ ଘଟିଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା। ଏହି ଅଭିଯାନ ଅଧୀନରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଥିବା ଆତଙ୍କବାଦୀମାନଙ୍କର ବିଭିନ୍ନ ଆଡ୍ଡା ଉପରେ ସଠିକ୍ ଟାର୍ଗେଟ୍ କରି ଧ୍ବଂସ କରିଥିଲା ।

Leave A Reply

Your email address will not be published.