Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ନିଃଶୁଳ୍କ ପାଠ୍ୟପୁସ୍ତକ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଛାତ୍ରୀଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବା ନେଇ ଘୋଷଣା କରିଛନ୍ତି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିଲା। ଏବେ ଏଥିରେ ସାମିଲ ହେବ ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତର।

ସେହିପରି ପ୍ରଥମ ଥର ସମସ୍ତ ସରକାରୀ ବିଦ୍ୟାଳୟରେ ନବମ ଓ ଦଶମ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ପ୍ରଥମ ରାଜ୍ୟ ଭାବେ ‘କେଜି ରୁ ପିଜି’ ସଂପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯାଉଛି।

ଓଡ଼ିଶା ସରକାର ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ଯାଗାଇଦେବା ନେଇ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିନା ମୂଲ୍ୟରେ ସେମାନଙ୍କର ଆବଶ୍ୟକୀୟ ବହି ପାଇପାରିବେ।

Leave A Reply

Your email address will not be published.