ଭୁବନେଶ୍ୱର : ଏଗ୍ରିଷ୍ଟେକ୍ ଆଇଡି ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପଞ୍ଜୀକରଣରେ ଏଗ୍ରିଷ୍ଟେକ ଆଇଡିର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ହଇରାଣ କରିବାକୁ ଚାହୁଁ ନାହାନ୍ତି ସରକାର ବୋଲି କହିଛନ୍ତି ମନ୍ତ୍ରୀ । ସମସ୍ତ ଚାଷୀଙ୍କ ଧାନ କିଣାଯିବ। ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ। ଏଗ୍ରିଷ୍ଟେକ ଆଇଡି ଚାଷୀଙ୍କ ପରିଚୟ ହେବ।
ଆଇଡି ଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ଲାଭ ନେଇପାରିବେ ଚାଷୀ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସମ୍ବଲପୁରରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏଗ୍ରିଷ୍ଟେକକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ।
ଏଗ୍ରିଷ୍ଟେକ୍ ଆଇଡି (Agristack ID) ହେଉଛି ଆଧାର କାର୍ଡ ଭଳି ଚାଷୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ପତ୍ର। ଏହା ଜରିଆରେ ଚାଷୀମାନେ ସରକାରୀ ଯୋଜନା, ସବ୍ସିଡି ଏବଂ ଧାନ ବିକ୍ରି ପାଇଁ ଟୋକନ୍ ସହଜରେ ପାଇପାରିବେ। ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା ବାଧ୍ୟତାମୂଳକ ନୁହେଁ ଏବଂ ଆଇଡି ନଥିଲେ ମଧ୍ୟ ଚାଷୀଙ୍କୁ ଟୋକନ୍ ମିଳିବ।
