Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ଶତକ ମାରି ଇତିହାସ ରଚିଲେ ପାଡିକଲ

ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ଅବସରରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡ଼ିକ୍କଲ ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କରି କ୍ରିକେଟ୍ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଶତକ ମାରିବାରେ ସେ ଭାରତର ପ୍ରଥମ ବ୍ୟାଟର ହୋଇଛନ୍ତି । ଟିମ୍ ଇଣ୍ଡିଆର ୬୦୦ତମ ଐତିହାସିକ ଟେଷ୍ଟ ମ୍ୟାଚରେ ସେ ମାତ୍ର ୧୩୪ ବଲରେ ନିଜର ପ୍ରଥମ ଟେଷ୍ଟ ଶତକ ପୂରଣ କରିଥିଲେ । ଭାରତ ପାଇଁ ଦୀର୍ଘ ୧୯ଟି ଟେଷ୍ଟ ମ୍ୟାଚ୍‌ର ବ୍ୟବଧାନ ପରେ ନମ୍ବର୩ ପୋଜିସନରେ କୌଣସି ବ୍ୟାଟର ଶତକୀୟ ପାରି ଖେଳିଛନ୍ତି  ।

୨୦୦୦ ମସିହା ପରଠାରୁ ନମ୍ବର୩ରେ ବ୍ୟାଟିଂ କରି ଶତକ ମାରିବାରେ ସେ ସୌରଭ ଗାଙ୍ଗୁଲି (୨୦୦୨)ଙ୍କ ପରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ଗତ ୩୦ ବର୍ଷ ମଧ୍ୟରେ ଭାରତ ବାହାରେ ନମ୍ବର-୩ରେ ବ୍ୟାଟିଂ କରି ଟେଷ୍ଟ ଶତକ ହାସଲ କରିବାରେ ସେ ୬ଷ୍ଠ ଭାରତୀୟ । ଭାରତର ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ଭିଭିଏସ୍ ଲକ୍ଷ୍ମଣ, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ  ଶତକ ମାରିଛନ୍ତି । ତାଙ୍କ ପୂର୍ବରୁ  ପ୍ରାୟ ୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରି ପଡ଼ିକ୍କଲ ନିଜର ଏହି ଦମଦାର ପାରି ମାଧ୍ୟମରେ ଦଳରେ  ସ୍ଥାନ ମଜବୁତ୍ କରିଛନ୍ତି ।

 

Leave A Reply

Your email address will not be published.