Latest Odisha News

BREAKING NEWS

ରାମାୟଣର ବଜେଟକୁ ନେଇ ମୁହଁ ଖୋଲିଲେ ୟଶ

ମୁମ୍ବାଇ: ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ରାମାୟଣର ୪,୦୦୦ କୋଟି ବଜେଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଚଳଚ୍ଚିତ୍ରର ସହ-ପ୍ରଯୋଜକ ତଥା ଅଭିନେତା ୟଶ ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ଏକ ସାକ୍ଷାତକାରରେ ୟଶ ସ୍ପଷ୍ଟ କରିଛନ୍ତି ଯେ  ୪,୦୦୦ କୋଟି ବଜେଟକୁ ନେଇ ଲୋକଙ୍କ ମନରେ କିଛି ଭୁଲ୍ ଧାରଣା ରହିଛି । ୪,୦୦୦ କୋଟି ଟଙ୍କା କେବଳ ପ୍ରଥମ ଭାଗର ପ୍ରୋଡକ୍ସନ୍ ଖର୍ଚ୍ଚ ନୁହେଁ । ଏହା ଚଳଚ୍ଚିତ୍ରର ଦୁଇଟିଯାକ ଭାଗ , ବିଶ୍ୱବ୍ୟାପୀ ରିଲିଜ୍ ଏବଂ ଗ୍ଲୋବାଲସ୍ତରର ମାର୍କେଟିଂ ଓ ପ୍ରମୋସନ୍ ଖର୍ଚ୍ଚକୁ ମିଶାଇ ଆକଳନ କରାଯାଇଛି । ୟଶଙ୍କ କହିବା ଅନୁଯାୟୀ, ହଲିଉଡ୍‌ରେ ଯେପରି ବଡ଼ ବଜେଟ୍ ଚଳଚ୍ଚିତ୍ରର ହିସାବ-କିତାବ କରାଯାଏ, ଏହି ଫିଲ୍ମ ପାଇଁ ସେହି ମଡେଲ୍ ଆପଣାଯାଇଛି ।

ହଲିଉଡ୍ ଫିଲ୍ମଗୁଡ଼ିକରେ ପ୍ରମୋସନ୍ ପାଇଁ ମୂଳ ବଜେଟ୍ ସହ ସମାନ ବା ତା’ଠାରୁ ଅଧିକ ଖର୍ଚ୍ଚ କରାଯାଏ, କାରଣ ସେମାନଙ୍କର ବଜାର ବିଶ୍ୱବ୍ୟାପୀ ହୋଇଥାଏ । ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଏଭଳି ବଡ଼ ନିବେଶ ଓ ରିସ୍କ ନେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଦୀପାବଳି (ନଭେମ୍ବର ୨୦୨୬) ଅବସରରେ ପାର୍ଟ ୧ ପ୍ରେକ୍ଷାଳୟକୁ ଆସିବ। ଦୀପାବଳି ୨୦୨୭ରେ ପାର୍ଟ ୨ ରିଲିଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.