Latest Odisha News

BREAKING NEWS

ନିଜର ନାମ, ପରିଚୟ ବଦଳାଇଥିବା ବିଶ୍ୱର ୫ ଜଣ ପ୍ରସିଦ୍ଧ କ୍ରିକେଟର

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଜଣେ ଖେଳାଳିର ପ୍ରଦର୍ଶନ ଉପରେ ତାର ପରିଚୟ ନିର୍ଭର କରିଥାଏ । ତେବେ ଏ ଭଳି କେତେକ ଆନ୍ତର୍ଜାତୀୟ କ୍ରିକେଟର ଅଛନ୍ତି ଯେଉଁମାନେ କି ସେମାନଙ୍କ ଧର୍ମ ଏବଂ ନାମ ପରିବର୍ତନ କରିଛନ୍ତି । ଆସନ୍ତୁ ନଜର ପକାଇବା ଏହି ଭଳି କେତେକ ଖେଳାଳିଙ୍କ ଉପରେ.. ।

ମହମ୍ମଦ ୟୁସୁଫ୍ (ପାକିସ୍ତାନ): ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମିତ ୟୁସୁଫଙ୍କ ପୂର୍ବ ନାମ ୟୁସୁଫ୍ ୟୋହାନା ଥିଲା। ୨୦୦୫ ମସିହାରେ ସେ ଇସଲାମ ଧର୍ମ ଗ୍ରହଣ କରି ନିଜ ନାମ ମହମ୍ମଦ ୟୁସୁଫ୍ ରଖିଥିଲେ। ଏହା ପରେ ୨୦୦୬ରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୧୭୮୮ ଟେଷ୍ଟ ରନ୍ ସଂଗ୍ରହ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

ତିଲକରତ୍ନେ ଦିଲଶାନ୍ (ଶ୍ରୀଲଙ୍କା): ଏକ ମୁସଲିମ୍ ପରିବାରରେ ଜନ୍ମଗ୍ରହଣ କରିଥିବା ଦିଲଶାନ୍‌ଙ୍କ ନାମ ତୁୱାନ୍ ମହମ୍ମଦ ଦିଲଶାନ୍ ଥିଲା। ବାପା-ମାଆଙ୍କ ବିଚ୍ଛେଦ ପରେ ସେ ନିଜ ମାଆଙ୍କ ବୌଦ୍ଧ ଧର୍ମ ଆପଣାଇଥିଲେ ଏବଂ ନିଜ ନାମ ବଦଳାଇ ତିଲକରତ୍ନେ ମୁଦିୟାନ୍‌ସେଲାଗେ ଦିଲଶାନ ରଖିଥିଲେ।

ସୂରଜ ରଣଦୀବ (ଶ୍ରୀଲଙ୍କା): ୨୦୧୧ ବିଶ୍ୱକପ୍ ଫାଇନାଲ୍ ଖେଳିଥିବା ଏହି ଶ୍ରୀଲଙ୍କା ଅଫ୍-ସ୍ପିନରଙ୍କ ଜନ୍ମଗ୍ରହଣ ସମୟରେ ନାମ ମହମ୍ମଦ ମାର୍ଶୁକ୍ ମହମ୍ମଦ ସୂରଜ ଥିଲା, ଯାହାକୁ ସେ ପରବର୍ତ୍ତୀ ସମୟରେ ବଦଳାଇ ସୂରଜ ରଣଦୀବ ରଖିଥିଲେ ।

ଦେଶପ୍ରେମ ଓ ବ୍ୟକ୍ତିଗତ କାରଣରୁ ନାମ ବଦଳାଇଥିବା ଖେଳାଳି:

ଜୋଶ୍ ବଟଲର୍ (ଇଂଲଣ୍ଡ): ବିଶ୍ୱକପ୍ ବିଜେତା ଅଧିନାୟକ ଜୋସ୍ ବଟଲର ନିଜ ନାମକୁ ନେଇ ଦୀର୍ଘଦିନର ସରକାରୀ କାଗଜପତ୍ର ଓ ନାମଗତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଅଫିସିଆଲି ନିଜ ନାମ ଜୋଶ କରିଥିଲେ ।

ଅସଗର ଆଫଗାନ (ଆଫଗାନିସ୍ତାନ): ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଷ୍ଟେନିକଜାଇ ୨୦୧୮ ମସିହାରେ ଦେଶପ୍ରେମ ଓ ଜାତୀୟତାକୁ ସମ୍ମାନ ଜଣାଇ ନିଜର ସରନେମ ବଦଳାଇ ଆଫଗାନ ରଖିଥିଲେ।

Leave A Reply

Your email address will not be published.