Latest Odisha News

BREAKING NEWS

ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୫ ଦିନ ସ୍କୁଲ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ

ବେଗୁନିଆ: ଚିନ୍ତା ବଢାଇଲା ଜଣ୍ଡିସ୍। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମୁଗମଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ଜଣ୍ଡିସ୍ ପାଇଁ ସ୍କୁଲ ଛୁଟି ଘୋଷଣା। ୧୫ଦିନ ପାଇଁ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୃପକ୍ଷ। ଅନେକ ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲରେ ୬୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୩୫୦ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି। କିଛି ପିଲା ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା।

ରିପୋର୍ଟରେ ଜଣ୍ଡିସ୍ ଚିହ୍ନଟ ହେବା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଦୂଷିତ ପାଣି ଯୋଗୁଁ ଜଣ୍ଡିସ୍ ବ୍ୟାପିଥିବା ଜଣାପଡିଛି। ଅନ୍ୟପଟେ ବୋଲଗଡ଼ ସ୍ୱାସ୍ଥ୍ୟ କମିଟି ଏବଂ ବୋଲଗଡ଼ ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ଯାଇଥିବା ବେଳେ ବିଦ୍ୟାଳୟର ପାଣି ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ୧୫ଦିନପାଇଁ ଛୁଟି ଘୋଷଣା କରିଛନ୍ତି ।

Leave A Reply

Your email address will not be published.