Latest Odisha News

BREAKING NEWS

ମହିଳା କର୍ମଚାରୀଙ୍କ ପାଇଁ ସରକାଙ୍କ ବଡ଼ ଘୋଷଣା: ୩ୟ ସନ୍ତାନ ପାଇଁ ମଧ୍ୟ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ମହିଳା କର୍ମଚାରୀମାନେ ଏବେ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ମଧ୍ୟ ୩୬୫ ବା ବର୍ଷେ ମାତୃତ୍ୱ ଛୁଟି ପାଇବେ। ପୂର୍ବରୁ, ରାଜ୍ୟ ତୃତୀୟ ସନ୍ତାନ ପାଇଁ ୧୨ ସପ୍ତାହ ଅର୍ଥାତ୍ ୮୪ ଦିନର ଛୁଟି ପ୍ରଦାନ କରୁଥିଲା। ଏହି ପରିବର୍ତ୍ତନ ସହିତ, ସରକାର ଏବେ ତୃତୀୟ ସନ୍ତାନର ଛୁଟିକୁ ପ୍ରଥମ ଏବଂ ଦ୍ୱିତୀୟ ସନ୍ତାନ ସହିତ ସମାନ କରିଛନ୍ତି।

ବିଧାନସଭାରେ ବିଭାଗୀୟ ଅନୁଦାନ ଉପରେ ଚର୍ଚ୍ଚା ବେଳେ ମାନବ ସମ୍ବଳ ପରିଚାଳନା ମନ୍ତ୍ରୀ ଡି. ଶରଥକୁମାର ଏହି ଐତିହାସିକ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଏବେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ସମୟରେ ମହିଳା କର୍ମଚାରୀମାନଙ୍କୁ ସମାନ ଭାବରେ ୧ବର୍ଷର ସମ୍ପୂର୍ଣ୍ଣ ବେତନ ଯୁକ୍ତ ଛୁଟି ମିଳିପାରିବ। ପୂର୍ବରୁ ୨ରୁ କମ୍‌ ସନ୍ତାନ ଥିବା ମହିଳା କର୍ମଚାରୀମାନେ ୩୬୫ଦିନର ମାତୃତ୍ୱ ଛୁଟି ପାଉଥିବାବେଳେ ୨ ବା ତଦୁର୍ଦ୍ଧ୍ଵ ସନ୍ତାନ ଥିବା ମହିଳାମାନେ କେବଳ ୧୨ ସପ୍ତାହ ବା ୮୪ ଦିନର ଛୁଟି ପାଉଥିଲେ। କିନ୍ତୁ ସାମାଜିକ କଲ୍ୟାଣ, ମହଳା ସଶକ୍ତୀକରଣ ଏବଂ ରାଜ୍ୟର ଜନସଂଖ୍ୟା ପରିବର୍ତ୍ତନ ତଥା ହ୍ରାସ ପାଉଥିବା ପ୍ରଜନନ ହାରକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।

Leave A Reply

Your email address will not be published.