Latest Odisha News

BREAKING NEWS

ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ସନ୍ତୋଷଜନକ ଜବାବ ନରଖିଲେ ରଦ୍ଦ ହେବ ପରମିଟ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ ହିଂସା ପରେ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବେ ଅଟୋ ଚାଳକ। ଅଟୋ ଚାଳକଙ୍କ ହଙ୍ଗାମା ଘଟଣାରେ ୪ ଶହ ଗାଡ଼ି ଜବତ ହୋଇଛି। ଏନେଇ ସୂଚନା ଦେଲେ ଅତିରକ୍ତ ପରିବହନ କମିଶନର। ସେମାନଙ୍କର ପରମିଟ ରଦ୍ଦ ପାଇଁ ପଦକ୍ଷେପ ନେଉଛୁ କହିଲେ। ଫିଟନେସ୍‌, ବୀମା, ଟିକସ ଭରି ନ ଥିଲେ ଚାଲାଣ କଟାଯିବ। ଆସନ୍ତା ୨୪ ଓ ୨୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ହେବ। ସନ୍ତୋଷଜନକ ଜବାବ ନ ରଖିଲେ ପରମିଟ ରଦ୍ଦ ହେବ।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ରେ ଅନଲାଇନ୍‌ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ହିଂସା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ନେଇଛନ୍ତି ସରକାର । ରାସ୍ତାରୋକ, ଭଙ୍ଗାରୁଜା ଓ ପୋଲିସ ସହ ମୁହାଁମୁହିଁ ଘଟଣାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ବିଶୃଙ୍ଖଳାରେ ସାମିଲ ଗାଡ଼ିଗୁଡ଼ିକର ପରମିଟ୍‌ ବାତିଲ କରିବାକୁ ପରିବହନ ବିଭାଗ ପଦକ୍ଷେପ ଆରମ୍ଭ କରିଛି । ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ।

ଅରାଜକତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ସେମାନେ ଆଇନକୁ ହାତକୁ ନେଇଛନ୍ତି। ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ସରକାରୀ ଗାଡି ଭାଙ୍ଗିଛନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କ ଲାଇସେନ୍ସ ରଦ୍ଦ କରାଯିବ । ସେମାନଙ୍କୁ କ୍ଷମା କରାଯିବ ନାହିଁ। ଏମିତି କି ଗୁଣ୍ଡାଗିରିରେ ସାମିଲ ଥିବା ଅଟୋ ଚାଳକ ମାନେ କରିଥିବା ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ। ଏନେଇ ସରକାର ବିଚାର କରୁଛନ୍ତି। ଯେଉଁ କ୍ଷତି ହୋଇଛି ଏହା ତାଙ୍କ ଠାରୁ ହିଁ ଆଦାୟ ହେବ। ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଦେବା ଦାୟିତ୍ବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

ସେହିପରି ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ ଵୋଇଥିବା ବେଳେ ୩୫୪ ଗାଡ଼ି ଜବତ ହୋଇଛି। ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଘଟଣାରେ ୩୫୪ଟି ଗାଡ଼ି ଜବତ କରିଛି ପୋଲିସ । ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ । ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.