କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଓପନର ଯଶସ୍ୱୀ ଜୈସୱାଲ ୪୫ ରନ୍ କରି ଆଉଟ୍ ହେବା ପରେ ଶ୍ରୀଲଙ୍କା ଫାଷ୍ଟ ବୋଲର ଅସିଥା ଫର୍ଣ୍ଣାଣ୍ଡୋଙ୍କ ସହ ଯୁକ୍ତିତର୍କ କରି ବିବାଦରେ ଫସିଛନ୍ତି । ପ୍ରଥମ ଇନିଂସର ୧୭ତମ ଓଭରରେ ଫର୍ଣ୍ଣାଣ୍ଡୋଙ୍କ ବଲ୍ରେ ଜାଇସୱାଲ କ୍ଲିନ୍ ବୋଲ୍ଡ ହୋଇଥିଲେ । ୱିକେଟ୍ ନେବା ପରେ ଫର୍ଣ୍ଣାଣ୍ଡୋ ଆକ୍ରାମକ ଭାବେ ସେଣ୍ଡ-ଅଫ୍ ଦେଇଥିଲେ, ଯାହାକୁ ନେଇ ଜୈସୱାଲ କ୍ରୋଧିତ ହୋଇ ବୋଲରଙ୍କ ଆଡ଼କୁ ମାଡ଼ି ଯାଇଥିଲେ । ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ଜୈସୱାଲଙ୍କ ହେଲମେଟ୍ ଫର୍ଣ୍ଣାଣ୍ଡୋଙ୍କ କପାଳରେ ବାଜିଥିଲା । ଶ୍ରୀଲଙ୍କା କ୍ୟାପ୍ଟେନ୍ ଧନଞ୍ଜୟ ଡିସିଲ୍ଭା ମଝିରେ ପଶି ଦୁହିଁଙ୍କୁ ଅଲଗା କରିଥିଲେ ।
ଭାରତୀୟ ବ୍ୟାଟିଂ କୋଚ୍ ସିତାଂଶୁ କୋଟକ କହିଛନ୍ତି ଯେ ଏହା ‘ହିଟ୍ ଅଫ୍ ଦି ମୋମେଣ୍ଟ’ରେ ଘଟିଛି । ତେବେ ଜୈସୱାଲ ବିପକ୍ଷ ଖେଳାଳିଙ୍କ ଏତେ ପାଖକୁ ଯିବା ଉଚିତ୍ ନଥିଲା ବୋଲି ସେ ସ୍ୱୀକାର କରିଛନ୍ତି । ଏହି ଆଚରଣ ଆଇସିସିର ଅନୁଚ୍ଛେଦ ୨.୧୨ ପରିସରଭୁକ୍ତ ହୋଇପାରେ । ମ୍ୟାଚ୍ ରେଫରୀ ଏଣ୍ଡି ପାଇକ୍ରୋଫ୍ଟ ଘଟଣାର ସମୀକ୍ଷା କରୁଛନ୍ତି । ଜୈସୱାଲଙ୍କୁ ଲେଭଲ-୧ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଚେତାବନୀ କିମ୍ବା ମ୍ୟାଚ ଫିର ମ୍ୟାଚ୍ ଫି’ର ୫୦% ପର୍ୟ୍ୟନ୍ତ ଜରିମାନା କରାଯାଇପାରେ । ଏହା ବ୍ୟତୀତ୧ ରୁ ୨ଟି ଡିମେରିଟ୍ ପଏଣ୍ଟ ଦିଆଯାଇପାରେ ।

