Latest Odisha News

BREAKING NEWS

ହୁତୁ ହୁତୁ ହୋଇ ଜଳିଗଲା କାର୍‌ ସୋ’ରୁମ୍‌, ନିଆଁ ଲିଭାଇବାରେ ଲାଗିଛି ୧୦ରୁ ଅଧିକ ଦମକଳ

ବ୍ରହ୍ମପୁର: ହଳଦିଆପଦରରେ କାର୍‌ ସୋ’ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ବସ୍‌ ଟର୍ମିନାଲ୍‌ ନିକଟରେ ଥିବା ଏକ କାର୍‌ ସୋ’ରୁମ୍‌ରେ ଶନିବାର ସକାଳେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍‌ ଭିତରୁ ହଠାତ୍‌ ଧୂଆଁ ବାହାରିବା ପରେ ଚାହୁଁଚାହୁଁ ନିଆଁ ସମଗ୍ର ଅଞ୍ଚଳକୁ ବ୍ୟାପି ଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ହୁତୁ ହୁତୁ ହୋଇ ଜଳିଗଲା ସମସ୍ତ ଗାଡ଼ି।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଏକାଧିକ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲେ। ନିଆଁର ପ୍ରକୋପ ଅଧିକ ଥିବାରୁ ୧୦ରୁ ଅଧିକ ଦମକଳ ଗାଡ଼ିକୁ ଘଟଣାସ୍ଥଳରେ ମୁତୟନ କରାଯାଇଛି। ଦୀର୍ଘ ସମୟ ଧରି ଅଗ୍ନିଶମ କର୍ମଚାରୀମାନେ ନିଆଁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ସୋ’ରୁମ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ତେବେ କ୍ଷୟକ୍ଷତିର ପ୍ରକୃତ ଆକଳନ ଏପର୍ଯ୍ୟନ୍ତ ହୋଇନାହିଁ। ଅନ୍ୟପକ୍ଷରେ, ନିଆଁ କିପରି ଲାଗିଲା, ତାହାର ସଠିକ୍‌ କାରଣ ଏବେବି ଜଣାପଡ଼ିନାହିଁ। ଘଟଣାରେ କୌଣସି ମୃତାହତ କିମ୍ବା ଆହତ ହୋଇଥିବା ନେଇ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

Leave A Reply

Your email address will not be published.