Latest Odisha News

BREAKING NEWS

ଚରମ୍ପାରେ ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ୧୦ରୁ ଅଧିକ ଆହତ

ଭଦ୍ରକ: ଚରମ୍ପା ୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ। ରେଳ ଓଭରବ୍ରିଜ୍‌ ନିକଟରେ ରକ୍ତାକ୍ତ ସଂଘର୍ଷ। ଉଭୟ କିନ୍ନର ଗୋଷ୍ଠୀର ୧୦ ଜଣ ଆହତ ହୋଇଛନ୍ତି। ଆହତମାନେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗୋଟାଏ କିନ୍ନର ଗୋଷ୍ଠୀଙ୍କର ଆକ୍ରମଣରେ ଅନ୍ୟ ଏକ କିନ୍ନର ଗୋଷ୍ଠୀର ୭ ଜଣ କିନ୍ନର ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଆହତ କିନ୍ନରମାନେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ବହୁ ବର୍ଷ ହେବ ଭଦ୍ରକ ଚରମ୍ପା ଅଞ୍ଚଳରେ ରହୁଥିବା ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେବେ ଗତକାଲି ରାତିରେ ଚରମ୍ପା ଓଭର ବ୍ରିଜ ନିକଟରେ ସଞ୍ଜନା କିନ୍ନର ଗୋଷ୍ଠୀର ସଦସ୍ୟମାନେ ଅନୈତିକ କାର୍ଯ୍ୟ ଚାଳାଉ ଥିବା ବେଳେ ଶ୍ରାବଣୀ କିନ୍ନର ଗୋଷ୍ଠୀର ସଦସ୍ୟମାନେ ସେହି ରାସ୍ତାରେ ଯାଉଥିଲେ। ସେମାନଙ୍କୁ ଦେଖି ଏହି ସଞ୍ଜନା କିନ୍ନର ଗୋଷ୍ଠୀ ମାନଙ୍କ ଦ୍ୱାରା ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଶ୍ରାବଣୀ କିନ୍ନର ଅଭିଯୋଗ କରିଛନ୍ତି।

ପୂର୍ବରୁ କିନ୍ନରମାନଙ୍କ ଅନୈତିକ କାର୍ଯ୍ୟକଳାପକୁ ନେଇ ଶ୍ରାବଣୀ କିନ୍ନର ବିରୋଧ କରି ଆସୁଥିଲେ। ତେବେ ଏହି ଆକ୍ରମଣ ବିଷୟରେ ଗ୍ରାମାଞ୍ଚଳ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଆହତ କିନ୍ନରମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଛି। ଏହି ଆକ୍ରମଣ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି ହୋଇଛି।

Leave A Reply

Your email address will not be published.