Latest Odisha News

BREAKING NEWS

କଲମ୍ବୋ ଟେଷ୍ଟ: ଗମ୍ଭୀର ଏବଂ ଗିଲଙ୍କ ମଧ୍ୟରେ ନିଷ୍ପତ୍ତିକୁ ନେଇ ମତଭେଦ

କଲମ୍ବୋ:  ଭାରତୀୟ ଦଳ ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ ସିରିଜ୍ ୧-୦ରେ ଜିତି ଟ୍ରଫି ହାସଲ କରିଛି । ତେବେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ମ୍ୟାଚ୍ ଡ୍ର’ ହେବା ପ୍ରଶଂସକଙ୍କୁ କିଛିଟା ନିରାଶ କରିଛି । ଭାରତ ପ୍ରଥମ ଇନିଂସରେ ୫୦୩/୯ (ଘୋଷିତ) ରନ୍ କରିଥିଲା । ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ ୨୯୦ ରନ୍‌ରେ ଅଲଆଉଟ୍ କରିବା ପରେ ଭାରତ ଫଲୋ-ଅନ୍ ଦେଇଥିଲା । ତେବେ ଶେଷ ଦିନରେ ସୋନଲ ଦିନୁଷାଙ୍କ ଚମତ୍କାର ଅପରାଜିତ ଶତକ ଓ ନିମ୍ନକ୍ରମ ବ୍ୟାଟରଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଶ୍ରୀଲଙ୍କା ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲା ।

ଏକ ରିପୋର୍ଟ ଅନୁଯାୟୀ, ଅଧିନାୟକ ଶୁଭମନ ଗିଲ୍ ଦ୍ୱିତୀୟ ଦିନ ଟି-ବ୍ରେକ୍  ପୂର୍ବରୁ ପାଳି ଘୋଷଣା କରିବାକୁ ଚାହୁଁଥିଲେ । କିନ୍ତୁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଚାହୁଁଥିଲେ ଯେ ୱିକେଟକିପର-ବ୍ୟାଟର ଧ୍ରୁବ ଜୁରେଲ ନିଜ ଶତକ ପୂରଣ କରନ୍ତୁ । ଫଳରେ ବ୍ୟାଟିଂ ଅଧିକ ସମୟ ଚାଲିଥିଲା ଏବଂ ଭାରତୀୟ ବୋଲରଙ୍କ ପାଖରେ ଶ୍ରୀଲଙ୍କାକୁ ଦ୍ୱିତୀୟ ଇନିଂସରେ ଅଲଆଉଟ୍ କରିବାକୁ ଯଥେଷ୍ଟ ସମୟ ମିଳିନଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ ଗମ୍ଭୀର ଏବଂ ଗିଲଙ୍କ ମଧ୍ୟରେ କ୍ରିକେଟିଂ ନିଷ୍ପତ୍ତିକୁ ନେଇ ମତଭେଦ ହେବାର ଏହା ପ୍ରଥମ ଘଟଣା ନୁହେଁ । ଦଳର କୋଚ୍ ଏବଂ କପ୍ତାନଙ୍କ ମଧ୍ୟରେ ଏକମତ ନରହିବା ଭବିଷ୍ୟତରେ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ହୋଇପାରେ ।

Leave A Reply

Your email address will not be published.