ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ବିରାଟ କୋହଲି ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନିଜ ଶରୀରରେ ଏକ ନୂଆ ଟ୍ୟାଟୁ ତିଆରି କରିଛନ୍ତି। ଏହାକୁ ମିଶାଇ କୋହଲିଙ୍କ ଶରୀରରେ ମୋଟ ୧୨ଟି ଟ୍ୟାଟୁ ହୋଇଯିବ । ଏହି ନୂଆ ଟ୍ୟାଟୁର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପାଣିର ଲହରୀ ଭଳି ନୂଆ ଡିଜାଇନ କୋହଲିଙ୍କ ବାମ ହାତର ବାଇସେପ୍ରେ ଏହି ଟ୍ୟାଟୁ ଆଙ୍କିଛନ୍ତି ମୁମ୍ବାଇର ପ୍ରସିଦ୍ଧ ଟ୍ୟାଟୁ ଆର୍ଟିଷ୍ଟ ଏଲନ୍ ଗୋଇସ । ପାଣି ପୃଷ୍ଠରେ ଟୋପାଏ ବୁନ୍ଦା ପଡ଼ିବା ପରେ ସୃଷ୍ଟି ହେଉଥିବା ଲହରୀ (ରିପଲ୍) ଭଳି ଏହାର ଡିଜାଇନ୍ ହୋଇଛି । ଆର୍ଟିଷ୍ଟଙ୍କ ସୂଚନା ଅନୁଯାୟୀ, ଏହି ଟ୍ୟାଟୁ ପାଇଁ ଏପର୍ୟ୍ୟନ୍ତ ୫ଟି ସେସନ୍ ସରିଛି, କିନ୍ତୁ କାମ ଏବେ ବି ଅଧା ରହିଛି ।କୋହଲି ପୁରୁଣା ଟ୍ୟାଟୁଗୁଡ଼ିକୁ ନ ଲିଭାଇ କିମ୍ବା ନ ଢାଙ୍କି, ସେଗୁଡ଼ିକୁ ଏକାଠି ଯୋଡ଼ି ଏକ ୟୁନିଫାଇଡ୍ ସ୍ଲିଭ୍ରେ ପରିଣତ କରୁଛନ୍ତି ।
ଏହି ପ୍ରୋଜେକ୍ଟ ଆଇପିଏଲ୍ ୨୦୨୬ ପୂର୍ବରୁ ଆରମ୍ଭ ହୋଇଥିଲା । ଏହି ବଦଳରେ ତାଙ୍କର ଶିବ-ପ୍ରେରିତ ଆର୍ମବ୍ୟାଣ୍ଡ, ଡଟୱର୍କ ମଣ୍ଡଳା ଏବଂ ପଦ୍ମ (ଲୋଟସ୍) ଓ ପିଓନି ଫୁଲର ଡିଜାଇନ୍ ସାମିଲ ରହିଛି । କୋହଲିଙ୍କ ଅନ୍ୟାନ୍ୟ ୧୧ଟି ଟ୍ୟାଟୁଏହି ନୂଆ ଡିଜାଇନ୍ ସମ୍ପୂର୍ଣ୍ଣ ହେବା ପରେ ତାଙ୍କର ମୋଟ ୧୨ଟି ଟ୍ୟାଟୁ ହେବ । କୋହଲି ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ବର୍ଷ ପୂରଣ କରିଛନ୍ତି । ସେ ୧୮ ଅଗଷ୍ଟ ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ପଦାର୍ପଣ କରିଥିଲେ । ନିଜ କ୍ୟାରିୟରରେ ସେ ୨୮,୦୦୦ରୁ ଅଧିକ ରନ୍ ଓ ୮୫ଟି ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି । ତାଙ୍କ ନାମରେ ୧୦ଟି ଆଇସିସି ଆୱାର୍ଡ ଜିତିବାର ବିଶ୍ୱ ରେକର୍ଡ ମଧ୍ୟ ରହିଛି ।

