Latest Odisha News

BREAKING NEWS

ଏସିଆନ ଗେମ୍ସ: ୩ ନେଟ୍ ବୋଲରଙ୍କ ପାଇଁ ଲକ୍ଷ୍ମଣଙ୍କ ଅନୁରୋଧ

ନୂଆଦିଲ୍ଲୀ: ୨୦୨୬ ଏସିଆନ ଗେମ୍ସ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଥିବା ଭିଭିଏସ୍ ଲକ୍ଷ୍ମଣ ଅଭ୍ୟାସ ସେସନ୍ ପାଇଁ ଅତିରିକ୍ତ ନେଟ୍ ବୋଲରଙ୍କୁ ଜାପାନ ପଠାଇବାକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ଅନୁରୋଧ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଲକ୍ଷ୍ମଣଙ୍କ ଏହି ଦାବିକୁ ଗ୍ରହଣ କରି ବିସିସିଆଇ ତିନି ଜଣ ଦ୍ରୁତ ବୋଲର – ମୟଙ୍କ ଯାଦବ, କାର୍ତ୍ତିକ ତ୍ୟାଗୀ ଏବଂ ମୋହସିନ୍ ଖାନ୍‌ଙ୍କ ପାଇଁ ଜାପାନୀ ଭିସା ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହି ତିନି ଜଣ ୧୫ ଜଣିଆ ମୁଖ୍ୟଦଳର ଅଂଶ ନୁହଁନ୍ତି, ମାତ୍ର ପ୍ରତିଯୋଗିତା ପୂର୍ବରୁ ଦଳକୁ ଗୁଣାତ୍ମକ ବୋଲିଂ ଅଭ୍ୟାସ ଯୋଗାଇଦେବା ପାଇଁ ସେମାନଙ୍କୁ ପଠାଯାଉଛି। ମୟଙ୍କଙ୍କ ଦ୍ରୁତ ବୋଲିଂ, କାର୍ତ୍ତିକଙ୍କ ପ୍ରତିଭା ଏବଂ ମୋହସିନ୍‌ଙ୍କ ବାମହାତୀ ବୋଲିଂ ଦଳର ବ୍ୟାଟରମାନଙ୍କୁ ଭଲ ଅଭ୍ୟାସ ସୁଯୋଗ ଦେବ।

ତେବେ ଏହି ତିନି ଜଣ ଖେଳାଳୀଙ୍କ ଯିବା ଆସିବା ଖର୍ଚ୍ଚ ଭାରତ ସରକାର ନୁହେଁ ବରଂ ବିସିସିଆଇ ବହନ କରିବ । ସେପ୍ଟେମ୍ବର ୨୮ରୁ ଭାରତୀୟ ଦଳ କ୍ୱାଟରଫାଇନାଲରୁ ନିଜର ଅଭିଯାନ ଆରମ୍ଭ କରିବ। ଭିସା ମିଳିବା ପରେ ଏହି ତିନି ନେଟ୍ ବୋଲର ଭାରତର ପ୍ରଥମ ମ୍ୟାଚ୍ ପର୍ଯ୍ୟନ୍ତ ଦଳ ସହ ରହିବେ।

Leave A Reply

Your email address will not be published.