Latest Odisha News

BREAKING NEWS

୧୦୦ କୋଟି ଟପିଲା ‘ହନୁମାନ ଅଂଶ’

ନୂଆଦିଲ୍ଲୀ: ‘ହନୁମାନ ଅଂଶ’ ଚଳଚ୍ଚିତ୍ର  ବକ୍ସ ଅଫିସରେ ଧମାଲ କରୁଛି। ଏହା ରୋଜଗାର ଦୃଷ୍ଟିରୁ ଖୁବ୍ ଦମଦାର କଲେକସନ କଲାଣି।

ନୀମ କରୋଲି ବାବାଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ହନୁମାନ ଅଂଶ।ଚଳଚ୍ଚିତ୍ରର ମୋଟ ମୋଟ ଆୟ ୧୧୭.୪୬ କୋଟିରେ ପହଞ୍ଚିଛି। ଯେତେବେଳେ ନେଟ୍ କଲେକସନ ୯୯.୯୦ କୋଟି ରହିଛି।

ଏକ ସାଧାରଣ ବଜେଟରେ ନିର୍ମିତ, ଏହି ଚଳଚ୍ଚିତ୍ରଟି ବଡ଼ ବଜେଟ୍ ଚଳଚ୍ଚିତ୍ରଗୁଡ଼ିକୁ ପଛରେ ପକାଇ ଦେଇଛି। କାରଣ ୨ କୋଟି ବଜେଟ୍ ରେ ନିର୍ମିତ ଏହି ଫିଲ୍ମ ୧୦୦ କୋଟି ଅତିକ୍ରମ କରିଛି ।

ହନୁମାନ ଅଂଶ’ ‘ଟକ୍ସିକ’ ଏବଂ ‘ମିର୍ଜାପୁର: ବନ୍ତୱାରା ୧୯୪୭’ ଭଳି ପ୍ରମୁଖ ଷ୍ଟାର କାଷ୍ଟ ବିଶିଷ୍ଟ ଫିଲ୍ମକୁ ଟକ୍କର ଦେଉଛି। ନୀମ କରୋଲି ବାବାଙ୍କ ଅଲୌକିକ ଜୀବନୀ ଓ ଭକ୍ତିଭାବ ଉପରେ ପର୍ଯ୍ୟବସିତ ଏହି ଫିଲ୍ମଟି କମ୍ ବଜେଟ୍ ସତ୍ତ୍ୱେ ବଲିଉଡ୍ରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ତେବେ ଫିଲ୍ମର ଅପାର ସଫଳତାକୁ ଦେଖି ନିର୍ଦ୍ଦେଶକ ବିଶାଲ ଏହାର ସିକ୍ୱେଲ୍ ନିର୍ମାଣ ହେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଫିଲ୍ମରେ ଶୋଭିନୌ ସତ୍ୟା, ଚନ୍ଦନ ଆନନ୍ଦ, ପୂର୍ଣ୍ଣିମା ତିୱାରୀ ଏବଂ ବିହାନ ଶେଡ଼ଗେ ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।

 

Leave A Reply

Your email address will not be published.