Latest Odisha News

BREAKING NEWS

ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର

ସିଙ୍ଗାପୁର: ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ରାଜନୈତିକ ନେତା ତଥା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲୋରେନ୍ସ ୱାଙ୍ଗ ଙ୍କ ବାର୍ଷିକ ଦରମାରେ ବଡ଼ ଧରଣର ବୃଦ୍ଧି ଘଟିଛି। ସିଙ୍ଗାପୁର ସରକାର ସାଂସଦ, ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ୱାଙ୍ଗଙ୍କ ବାର୍ଷିକ ଦରମା ପ୍ରାୟ ୧.୪ ମିଲିୟନ ସିଙ୍ଗାପୁର ଡଲାର (ପ୍ରାୟ ୧.୧ ମିଲିୟନ ଆମେରିକୀୟ ଡଲାର) ବୃଦ୍ଧି ପାଇଛି।

ଏହି ଦରମା ବୃଦ୍ଧି ପରେ ତାଙ୍କର ବାର୍ଷିକ ଦରମା ୨.୨ ମିଲିୟନ ସିଙ୍ଗାପୁର ଡଲାରରୁ ବୃଦ୍ଧି ପାଇ ୩.୬ ମିଲିୟନ ସିଙ୍ଗାପୁର ଡଲାର ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୬.୯ କୋଟି ଟଙ୍କା ରେ ପହଞ୍ଚିଛି। ତେବେ ଏହି ବର୍ଦ୍ଧିତ ଦରମା ସମ୍ପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ ୱାଙ୍ଗ କହିଛନ୍ତି ଯେ, ସେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ନିଜର ଏହି ବର୍ଦ୍ଧିତ ଅର୍ଥରାଶିକୁ ବିଭିନ୍ନ ସାମାଜିକ ଓ ସେବାସଂସ୍ଥା କୁ ଦାନ କରିବେ।

ସରକାରଙ୍କ କହିବା ଅନୁଯାୟୀ, ଦେଶରେ ଉଚ୍ଚ ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ରାଜନୀତି ଓ ପ୍ରଶାସନ ପ୍ରତି ଆକର୍ଷିତ କରିବା ଏବଂ ଦୁର୍ନୀତି ରୋକିବା ପାଇଁ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦରମା ଉଚ୍ଚ ରଖିବା ଜରୁରୀ। ୨୦୧୧ ମସିହା ପରଠାରୁ ସିଙ୍ଗାପୁରରେ ନେତାମାନଙ୍କ ଦରମା ସଂଶୋଧନ ହୋଇନଥିଲା।

ତେବେ ଦେଶରେ ବୃଦ୍ଧି ପାଉଥିବା ମହଙ୍ଗା ମାଡ଼ ଓ ଜୀବନଧାରଣ ଖର୍ଚ୍ଚ ମଧ୍ୟରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କିଛି ସାଧାରଣ ନାଗରିକ ଓ ବିରୋଧୀ ନାପସନ୍ଦ କରିଛନ୍ତି। ଅନ୍ୟପଟେ, ଆମେରିକା ରାଷ୍ଟ୍ରପତିଙ୍କ ବାର୍ଷିକ ଦରମା ୪ ଲକ୍ଷ ଡଲାର ହୋଇଥିବା ବେଳେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଦରମା ବିଶ୍ୱରେ ସବୁଠାରୁ ଅଧିକ ରହିଛି।

Leave A Reply

Your email address will not be published.