Latest Odisha News

BREAKING NEWS

ଶଙ୍ଖ ନଦୀରେ ଆଗ ପଛ ହୋଇ ବୁଡ଼ିଗଲେ ୬ ନାବାଳିକା,ଚାଲିଗଲା ୩ ଜୀବନ

ବୀରମିତ୍ରପୁର:ଶଙ୍ଖ ନଦୀରେ ବଡ଼ ଅଘଟଣ । ଗାଧୋଇଲା ବେଳେ ଶଙ୍ଖ ନ‌ଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ । ବୁଧବାର ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା ଦଲକି ଗାଁରେ।

ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା ଦଲକି ଗାଁ କିଛି ନାବାଳିକା କରମା ପୂଜା ପାଇଁ ଶଙ୍ଖ ନଦୀକୁ ବାଲି ଓ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଶଙ୍ଖ ନଦୀରେ ପ୍ରବଳ ପାଣି ଥିବାରୁ ପ୍ରଖର ସ୍ରୋତ ରହିଥିଲା । ନଦୀର ପ୍ରଖର ସ୍ରୋତରେ ଜଣଙ୍କ ପରେ ଜଣେ ଏମିତି ୬ ଜଣ ନାବାଳିକା ନଦୀରେ ବୁଡ଼ି ଯାଇଥିଲେ ।

ନାବାଳିକା ମାନେ ବୁଡ଼ି ଯାଉଥିବା ଦେଖି ନିକଟରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସେଠାକୁ ଦୌଡି ଆସିଥିଲେ । ବୁଡିଯାଉଥିବା ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ସେମାନଙ୍କୁ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ତେବେ ସେଠାରେ ୩ ନାବାଳିକାଙ୍କ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।

ମୃତକମାନେ ହେଲେ ମଝାଟୋଲିର ଗୀତିକା ସାହୁ (୬),ସିବିକା ସାହୁ (୬) ଓ ଢିପାପଡ଼ାର ଶ୍ରୁତି ସାହୁ। ଖବର ରାଏବୋଗା ଥାନାଧିକାରୀ ଦିବ୍ୟ ଓରାମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଛନ୍ତି। ଏ ନେଇ ରାଏବୋଗା ଥାନାରେ ଏକ ଅପମୃତ୍ଯୁ ମାମଲା (୦୯/୨୬) ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଓରାମ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.