Latest Odisha News

BREAKING NEWS

୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରାୟପୁର: ୨୦୧୩ର ବହୁଚର୍ଚ୍ଚିତ ଝିରମ ଘାଟି ନରସଂହାର ମାମଲାରେ ଏକ ବଡ଼ ରାୟ ପ୍ରକାଶ ପାଇଛି। ଛତିଶଗଡ଼ର ଜଗଦଲପୁରସ୍ଥିତ ଏକ ସ୍ୱତନ୍ତ୍ର ଜାତୀୟ ତଦନ୍ତ ଏଜେନ୍ସି (NIA) ଅଦାଲତ ଏହି ବର୍ବର ମାଓବାଦୀ ଆକ୍ରମଣ ଘଟଣାରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ୨ ମହିଳା ସମେତ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି NIA କୋର୍ଟ। ୨୦୧୩ ମେ’ ୨୫ରେ କଂଗ୍ରେସ ରାଲି ବେଳେ ବିସ୍ଫୋରଣ କରିଥିଲେ ମାଓବାଦୀ। ବିସ୍ଫୋରଣରେ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କ ଜୀବନ ଯାଇଥିଲା।

୨୫ ମେ ୨୦୧୩ରେ, ଛତିଶଗଡ଼ର ବସ୍ତର ଜିଲ୍ଲାରେ ଥିବା ଝିରମ ଘାଟିରେ ମାଓବାଦୀମାନେ କଂଗ୍ରେସ ନେତାମାନଙ୍କର ଏକ ବଡ଼ କନଭୟ ଉପରେ ସାଂଘାତିକ ଆକ୍ରମଣ କରିଥିଲେ। ସେମାନେ ‘ପରିବର୍ତ୍ତନ ରାଲି’ ସାରି ଫେରୁଥିଲେ। ଏହି ରକ୍ତାକ୍ତ ଆକ୍ରମଣରେ ୨୯ ଜଣ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଛତିଶଗଡ଼ କଂଗ୍ରେସର ପ୍ରାୟ ସମସ୍ତ ବରିଷ୍ଠ ନେତୃତ୍ୱଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ତତ୍କାଳୀନ କଂଗ୍ରେସ ରାଜ୍ୟ ସଭାପତି ନନ୍ଦ କୁମାର ପଟେଲ, ପୂର୍ବତନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳା ସାମିଲ ଥିଲେ।

ସେହିପରି ପୂର୍ବତନ ବିଧାୟକ ଉଦୟ ମୁଦଲିୟାର, ପୂର୍ବତନ ବିଧାୟକ ଉଦୟ ମୁଦଲିୟାର ମଧ୍ୟ ପ୍ରାଣ ହରାଇଥିଲେ। ଏହି ମାମଲାରେ ପ୍ରାୟ ୧୦୧ ଜଣ ସାକ୍ଷୀଙ୍କ ବୟାନ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇଥିଲା, ଯାହା ଆଧାରରେ କୋର୍ଟ ଏହି କଠୋର ଦଣ୍ଡାଦେଶ ଦେଇଛନ୍ତି।

Leave A Reply

Your email address will not be published.