Latest Odisha News

BREAKING NEWS

NEWBORN EXOPLANET: ଜ୍ୟୋତିର୍ବିଜ୍ଞାନୀଙ୍କ ନୂଆ ଆବିଷ୍କାର, ସୌରଜଗତ ବାହାରେ ଶିଶୁ-ଗ୍ରହ

ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ କମ୍ ବୟସର ଏକ୍ସୋପ୍ଲାନେଟ୍ ର ପତ୍ତା ପାଇଛନ୍ତି ଜ୍ୟୋତିର୍ବିଜ୍ଞାନୀା ଏହି ନବଜାତ ତଥା ଶିଶୁ ଗ୍ରହଟିକୁ ପୁରୁଣା ତଥ୍ୟଭଣ୍ଡାରରୁ ଆବିଷ୍କାର କରାୟାଇଥିବା ସୂଚନା ମିଳିଛି । ବୃହସ୍ପତି ସଦୃଶ ବିଶାଳ ଆକାରର ଏହି ନୂତନ ଆବିଷ୍କୃତ ‘Elias 2-24 b’ ଏକ ବିଶାଳକାୟ ଶିଶୁ-ଗ୍ରହ ସଦୃଶ । ଏହାର ବିଶାଳ ଆକାର ସତ୍ତ୍ୱେ ଏହା ବତ୍ତ ର୍ମାନ ସୁଦ୍ଧା ମିଳିଥିବା ସବୁଠାରୁ କମ୍ ବୟସର ଗ୍ରହ । ଏହାର ବୟସ ୧୦ଲକ୍ଷ କମ୍ ବୋଲି ଅନୁମାନ କରାୟାଏ । ଏହି ଏକ୍ସୋପ୍ଲାନେଟ୍ ପୃଥିବୀଠାରୁ ୪୫୦ ଆଲୋକ ବଷ ର୍ ଦୂରରେ ଅବସ୍ଥିତ । ଏହା ଏବେ ମଧ୍ୟ ସେହି ଘୁରୁଥିବା ଗ୍ୟାସ୍ ଓ ଧୂଳିକଣା ମଧ୍ୟରେ ରହିଛି ୟେଉଁଠି ଏହା ଜନ୍ମ ହୋଇଥିଲା । ଚିଲ୍ଲିର ଜଣେ ପ୍ରଫେସର ଲୁକାସ୍ ସିଏଜା ଏହା ଉପରେ ଅଧ୍ୟୟନ କରିଛନ୍ତିା ପୂର୍ବରୁ ସବୁଠାରୁ କମ୍ ବୟସର ଏକ୍ସୋପ୍ଲାନେଟ୍ର ରେକର୍ଡ ୪ଟି ଗ୍ରହ ମଧ୍ୟରେ ସମାନ ଭାବେ ଭାଗ ହୋଇ ରହିଥିଲା । ପ୍ରତ୍ୟେକଙ୍କ ବୟସ ୫୦ ଲକ୍ଷ ବର୍ଷରୁ ଅଧିକ ଥିଲା । ଆମ ଗ୍ରହ ଗଠନ ମଡେଲ ଗୁଡିକ ପୂର୍ବରୁ ଜଣାଶୁଣା ସବୁଠାରୁ କମ୍ ବୟସର ଗ୍ରହ ଗୁଡିକର ବ୍ୟାଖ୍ୟା କରିବାରେ ସଂଘର୍ଷ କରୁଥିଲା । ‘Elias 2-24 b’ ଆମକୁ ଦର୍ଶାଉଛି ୟେ ଆମର ସର୍ବୋତ୍ତମ ଗ୍ରହ ଗଠନ ମଡେଲ ଗୁଡିକରେ ମଧ୍ୟ କିଛି ପ୍ରକ୍ରିୟା ବାଦ୍ପଡୁଛି । ଏହି ବିଶାଳ ଶିଶୁ ଗ୍ରହକୁ ଠାବ କରିବାକୁ ଚିଲ୍ଲିର ଡକ୍ଟରାଲ ଛାତ୍ର ଆଣ୍ଡ୍ରିଆଙ୍କ ନେତୃତ୍ୱରେ ପୁରୁଣା ସଂଗୃହିତ ତଥା ଅନୁସନ୍ଧାନ କରାୟାଇଥିଲା । ଏହି ଅଧ୍ୟୟନ ‘Elias 2-24 ‘ ନାମକ ତାରା ଉପରେ କେନ୍ଦ୍ରିତ ଥିଲା, ୟାହାର ଚାରିପାଖରେ ପଦାର୍ଥର ଏକ ବଳୟ ରହିଛି । ଦଶନ୍ଧି ବ୍ୟାପୀ ଲୁଚକାଳି ଖେଳ ପରେ ପୃଥିବୀରୁ ଦେଖାୟାଇଥିବା ସବୁଠାରୁ କ୍ଷୀଣ ଆଲୋକୟୁକ୍ତ ଏକ୍ସୋପ୍ଲାନେଟ୍କୁ ଚିହ୍ନଟ କରାୟାଇଛି । ଆବିଷ୍କୃତ ଏହି ଗ୍ରହ ଭବିଷ୍ୟତରେ ଏହାର ନକ୍ଷତ୍ର ଦ୍ୱାରା ଗ୍ରାସିତ ହେବ । କମଳା ଓ ହଳଦିଆ ରଙ୍ଗର ମେଘ ଦ୍ୱାରା ଆଚ୍ଛାଦିତ ଏକ ଲାଲ୍ ଆଭାୟୁକ୍ତ ଗ୍ରହର ଚିତ୍ରା ଏହାର ପୃଷ୍ଠଭୂମିରେ ଦୁଇଟି ଗ୍ରହ ଓ ସେସବୁ ପଛରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ରହିଛି । ଗ୍ରହ ଗୁଡିକ ଦ୍ୱାରା ସୃଷ୍ଟି ହୋଇଥିବା ଫାଙ୍କା ସ୍ଥାନରେ ହିଁ ଏମାନଙ୍କୁ ଦେଖିବାକୁ ମିଳୋ ସେହି ସ୍ଥାନରୁ ହିଁ ଏହି ଶିଶୁହ୍ରହର ଆବିଷ୍କାର ହୋଇଛିା ଗାଲାକ୍ସି ବା ଆକାଶଗଙ୍ଗା କ୍ରମାଗତ ଭାବେ ନୂଆ ନକ୍ଷତ୍ର ଓ ଗ୍ରହ ସୃଷ୍ଟି କରୁଛି । ତେଣୁ ବିକାଶର ପ୍ରତ୍ୟେକ ପୟ୍ୟାୟରେ ଅନେକ ଗ୍ରହ ଓ ନକ୍ଷତ୍ର ରହିଛନ୍ତି ।

Leave A Reply

Your email address will not be published.