Latest Odisha News

BREAKING NEWS

NANIଙ୍କୁ ସମାଲୋଚନା: “ତାମିଲ୍ ସିନେମା ବାଇବେଲ୍ ସଦୃଶ”

ଚେନ୍ନାଇ: ନାନୀ ଓରଫ୍ ନବୀନ ବାବୁ । ଭାରତୀୟ ସିନେମା ଜଗତରେ ଏକ ଜଣାଶୁଣା ନାଁ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସୁନ୍ଦର ଅଭିନେତା ଓ ପ୍ରୟୋଜକ ଭାବେ ସେ ଖୁବ୍ ଫେମସ୍ । ଜଣେ ହାଇଏଷ୍ଟ ପେଡ୍ ଅଭିନେତା ଭାବେ ସବୁଠାରୁ ଅଧିକ ଲୋକପ୍ରୀୟ ଆର୍ଟିଷ୍ଟ ଭାବେ ସେ ଖୁବ୍ ପରିଚିତ । ହେଲେ ଏଇ କିଛିଦିନ ହେବ ତାଙ୍କର ଏକ ବିବାଦୀୟ ବୟାନକୁ ନେଇ ସିନେମା ଜଗତରେ ଭାରି ଭରକମ୍ ପ୍ରତିକ୍ରିୟା ପ୍ରକାଶ ପାଇଛିା ନିକଟରେ ନାନି ତାଙ୍କର ଏକ ତେଲୁଗୁ ଫିଲ୍ମର ପ୍ରମୋସନରେ ୟାଇଥିଲେ । ସେଠାରେ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉଛି ମୋ ଘର ପରିବାର ପରି । ତେଣୁ ତାମିଲ ସିନେମା ତାଙ୍କ ପାଇଁ ବାଇବେଲ୍ ସଦୃଶ ବୋଲି କହିଲେ । ୟାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛିା କିଛି ପ୍ରଶଂସକ ଏହି ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟେ, ଜଣେ ପ୍ରମୁଖ ତେଲୁଗୁ ଅଭିନେତା କାହିଁକି ନିଜ ଫିଲ୍ମ ପ୍ରମୋସନ୍ ବେଳେ ଅନ୍ୟ ଏକ ଚଳଚିତ୍ର ଶିଳ୍ପକୁ ଏତେ ଉଚ୍ଚ ସ୍ଥାନ ଦେଲେ ? କମଲ୍ ହାସନ, ମଣୀ ରତ୍ନମ୍‌, ଭାଗ୍ୟରାଜା ଓ ଭାରତୀରାଜାଙ୍କ ପରି ଦିଗ୍‌ଗଜ ବ୍ୟକ୍ତିତ୍ୱଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ତାମିଲ ସିନେମା ତାଙ୍କୁ ତାଙ୍କ ଘର ପରି ଅନୁଭବ ହୁଏ ବୋଲି କହିଥିଲେ । ତାପରେ ବି ତାମିଲ୍ ସିନେମାକୁ ବାଇବଲ୍ ସହ ତୁଳନା କରିବା ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛିା ଅନେକ ମିମ୍ ପେଜ୍ ଏବଂ ଆଂଚଳିକ ଚଳଚିତ୍ର ସମ୍ବନ୍ଧୀୟ ସୋସିଆଲ ମିଡିଆ ଆକାଉଣ୍ଟ ନାନିଙ୍କ ଏହି ମନ୍ତବ୍ୟର ସମାଲୋଚନା କରିଛନ୍ତି । କେତେକ ଏହାକୁ ଅତ୍ୟଧିକ କିମ୍ବା ଅନାବଶ୍ୟକ ଆଞ୍ଚଳିକ ତୋଷାମୋଦ ବୋଲି ବର୍ଣ୍ଣନା କରିଛନ୍ତି । ସମାଲୋଚକମାନେ ୟୁକ୍ତି କରିଛନ୍ତି ୟେ, ଏକ ସମ୍ପୂଣ୍ଣ ର୍ ଚଳଚିତ୍ର ଶିଳ୍ପକୁ ଏକ ପବିତ୍ର ଗ୍ରନ୍ଥ ସହ ତୁଳନା କରିବା ଏକ ଅନାବଶ୍ୟକ ଅତିରଞ୍ଜିତ ଥିଲା । ନାନିଙ୍କ ଏହି ମନ୍ତବ୍ୟ ତାମିଲ ସିନେମା ପ୍ରତି ତାଙ୍କ ସ୍ନେହ ଭଲପାଇବା ପରି ମନେ ହୁଏ । ଚେନ୍ନାଇରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ନାନିଙ୍କ ମନ୍ତବ୍ୟ ଖୁବ୍ ଚର୍ଚ୍ଚା ସାଉଁଟିଛି । ୟଦିଓ ନାନୀଙ୍କ ଉଦ୍ଦେଶ୍ୟ ତାମିଲ ସିନେମା ପ୍ରତି ନିଜର ଗଭୀର ସମ୍ମାନ ପ୍ରଦର୍ଶନ କରିବା ଥିଲା, ତଥାପି ତୁଳନା ପାଇଁ ବ୍ୟବହୃତ ଉପମା ସୋସିଆଲ ମିଡିଆର ଏକ ବର୍ଗଙ୍କୁ ପସନ୍ଦ ଆସିନି । ତାଛଡା, ଏକ ପବିତ୍ର ଗନ୍ଥକୁ ସିନେମା ଶିଳ୍ପ ସହ ତୁଳନା କରିବା କେତେଦୂର ଠିକ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ନାନି ଦୁଇଟି ନନ୍ଦି ପୁରସ୍କାର, ତିନୋଟି ସାଉଥ୍ ଫିଲ୍ମଫେୟାର ପୁରସ୍କାର, ୪ଟି ସୀମା ପୁରସ୍କାର ସହ ଅନେକ ସମ୍ମାନ ଜନକ ପୁରସ୍କାର ପାଇଛନ୍ତି ।

Leave A Reply

Your email address will not be published.