ନୂଆଦିଲ୍ଲୀ: ନାଗପୁରରେ ଅଭାବନୀୟ ଘଟଣା । ଆତ୍ମହତ୍ୟାର ଲାଇଭ୍ ଦୃଶ୍ୟ । ପ୍ରେମ, ପ୍ରତାରଣା ଆଉ ଆତ୍ମହତ୍ୟାର ସାଂଘାତିକ ଚିତ୍ର । ପୁରୁଷବନ୍ଧୁ ବିବାହ କରିବାକୁ ମନାକରିବାରୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ । ସୂଚନା ଅନୁସାରେ ମୃତ ୩୨ବର୍ଷୀୟ ଯୁବତୀ ନାଗପୁରରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ । ସାଙ୍ଗ ସହ ଧନ୍ତୋଲି ଅଂଚଳରେ ରହୁଥିଲେ । ଏହି ସମୟରେ ପୁଣେରେ ପିଏଚ୍ଡି କରୁଥିବା ଜଣେ ୩୪ ବର୍ଷୀୟ ଯୁବକ ସହ ଦେଖାହୁଅନ୍ତି । ପ୍ରଥମେ ସାଙ୍ଗ ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠେ । ଯୁବତୀଙ୍କ ମାଙ୍କୁ ପ୍ରେମିକ ଜଣଙ୍କ ବିବାହ ପ୍ରସ୍ତାବ ଦେଲା ପରେ ସେ ରାଜି ହୋଇଥିଲେ । କିନ୍ତୁ ପୁରୁଷବନ୍ଧୁଙ୍କ ପରିବାରଲୋକ ରାଜି ନଥିଲେ । ପରିବାରଲୋକଙ୍କୁ ଲୁଚାଇ ସମ୍ପୃକ୍ତ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ପ୍ରେମିକ । ୨୦୧୫ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଆସିଛି । ଦୀର୍ଘ ୧୧ବର୍ଷର ପ୍ରେମ ସମ୍ପର୍କ ପରେ ଯେତେବେଳେ ଯୁବତୀ ବିବାହ ପାଇଁ କହିଥିଲେ, ଯୁବକ ଜଣଙ୍କ ସଫା ସଫା ମନା କରିଦେଇଥିଲେ । ଉଭୟଙ୍କ ଅନ୍ତରଙ୍ଗ ମୁହୂତ୍ତର୍ର ଫଟୋ ଓ ଭିଡିଓ ସୋସିଆଲ ମିଡିରେ ଅପଲୋଡ୍ କରିବାକୁ ଧମକାଉଥିଲେ ପୁରୁଷବନ୍ଧୁ । ପ୍ରେମରେ ପ୍ରତାରଣା ଏବଂ ଲୋକଲଜ୍ଜାକୁ ଡରି ବାଧ୍ୟହୋଇ ଯୁବତୀ ଜଣଙ୍କ ଗତ ସେପଟେମ୍ବର ୧୯ରେ ଆତ୍ମହତ୍ୟା କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୁବତୀ ଆତ୍ମହତ୍ୟା କଲାବେଳେ ତାଙ୍କ ପ୍ରେମିକଙ୍କୁ ଭିଡିଓ କଲ୍ କରିଥିଲେ । ଭିଡିଓ କଲ୍ରେ ହିଁ ସେ ତାଙ୍କ ଜୀବନ ହାରିଥିଲେ । ଏବଂ ଭିଡିଓ କଲ୍ ପାଖାପାଖି ୨୩ ମିନିଟ୍ ଧରି ଚାଲିଥିଲା । ଏମିତିକି ପୁରୁଷବନ୍ଧୁ ଜଣଙ୍କ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିଲେ ବରଂ ଯୁବତୀ ଆତ୍ମହତ୍ୟା କରୁଥିବାର ବସି ଦେଖୁଥିଲେ ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ଧନ୍ତୋଲି ଥାନାରେ ଏକ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ପୁରୁଷବନ୍ଧୁଙ୍କୁ ପଚରାଉଚରା କରୁଛି ପୋଲିସ । ପୁରୁଷବନ୍ଧୁଙ୍କ ପାଖରୁ ଯୁବତୀଙ୍କ ସହ ଥିବା ସମସ୍ତ ଫଟୋ ଓ ଭିଡିଓ ଜବତ କରିଛି ପୋଲିସ ।
BREAKING NEWS
- Bab el-Mandeb crisis: ଭାରତ ମୁଣ୍ଡ ଉପରେ ବଡ ବିପଦ! ହର୍ମୁଜ୍ ପରେ ବାବ୍-ଏଲ୍-ମାନ୍ଦେବ୍ରେ ସଙ୍କଟ, ଭାରତକୁ କେମିତି ଆସିବ ତେଲ?
- ବୟଫ୍ରେଣ୍ଡକୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ, କଲ୍ ଚାଲିଥିଲା ୨୩ ମିନିଟ୍
- ଅଶାନ୍ତ ସମୁଦ୍ର; ପାରାଦୀପ ବନ୍ଦରରେ ଆଶ୍ରୟ ନେଲା ଆନ୍ଧ୍ରର ୨୮ ମାଛଧରା ଟ୍ରଲର
- Mirabai Chanu Wins Silver Medal:ମୀରାବାଇ ରୌପ୍ୟ ପଦକ ଜିତି ରଚିଲେ ଇତିହାସ; ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା…
- ଆସିଲା ନୂଆ ନିୟମ; ଏଣିକି ଜାଣିପାରିବେ ଆପଣଙ୍କ ଟୁଥପେଷ୍ଟ, ସାବୁନ ଓ ସାମ୍ପୁ ନିରାମିଷ କି ଆମିଷ…
- Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!
- ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
- JAWAN DEAD: ଛୁଟିରେ ଆସିବା ହେଲା କାଳ
- Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର ଭାଇରାଲ୍ ଭିଡିଓକୁ ନେଇ ହଇଚଇ…
- ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…
