Latest Odisha News

BREAKING NEWS

୨୮ ବର୍ଷ ତଳର ସେହି ସୁପରହିଟ୍ ଗୀତ: ଯାହା ଥିଲା ଦୂରଦର୍ଶନ ‘ରଙ୍ଗୋଲି’ର ଜୀବନ, ଆଜି ବି ଦର୍ଶକଙ୍କୁ କରୁଛି ଦିୱାନା

ମୁମ୍ବାଇ: ୯୦ ଦଶକର ବଲିଉଡ୍ ଗୀତଗୁଡ଼ିକର କଥା କିଛି ନିଆରା ଥିଲା । ସେତେବେଳେ ପ୍ରତି ରବିବାର ସକାଳେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ କାର୍ଯ୍ୟକ୍ରମ ‘ରଙ୍ଗୋଲି’କୁ ଦର୍ଶକ ଚାତକ ପରି ଅନେଇ ବସୁଥିଲେ । ସେହି ସମୟର ଏକ ସୁପରହିଟ୍ ଗୀତ ଥିଲା ‘ରଙ୍ଗୋଲି’ର ଜୀବନ, ଯାହା ବିନା ପ୍ରଶଂସକଙ୍କ ରବିବାର ଅସମ୍ପୂର୍ଣ୍ଣ ମନେ ହେଉଥିଲା । ଆମେ କଥା ହେଉଛୁ ୨୮ ବର୍ଷ ତଳେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘ଦୁଲ୍ହେ ରାଜା’ର ଆଇକନିକ୍ ଗୀତ ‘ଆଁଖିୟୋଁ ସେ ଗୋଲି ମାରେ’ ବିଷୟରେ ।

୧୦ ଜୁଲାଇ ୧୯୯୮ ମସିହାରେ ପରଦାକୁ ଆସିଥିଲା ନିର୍ଦ୍ଦେଶକ ହରମେଶ ମଲହୋତ୍ରାଙ୍କ ସୁପରହିଟ୍ ଫିଲ୍ମ ‘ଦୁଲ୍ହେ ରାଜା’। ଏହି ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ମୁଖ୍ୟ ଭୂମିକା ସାଙ୍ଗକୁ ଉଭୟଙ୍କ ଯୋଡ଼ି ଦର୍ଶକଙ୍କ ମନ କିଣିନେଇଥିଲା। ସୋନୁ ନିଗମ ଏବଂ ଜସପିନ୍ଦର ନରୁଲାଙ୍କ ଯାଦୁକରୀ ସ୍ୱରରେ ସଜ୍ଜିତ ଏହି ଗୀତରେ ଆନନ୍ଦ-ମିଲିନ୍ଦଙ୍କ ଦମଦାର ସଙ୍ଗୀତ ରହିଥିଲା। ଆଜି ୨୮ ବର୍ଷ ପରେ ବି ଯେବେ ୯୦ ଦଶକର ସୁପରହିଟ୍ ଗୀତ କଥା ଉଠେ, ଏହି ଗୀତର ନାଁ ସବୁଠୁ ଉପରେ ଆସେ। ଆଜି ମଧ୍ୟ ବିଭିନ୍ନ ପାର୍ଟି ବା ବିବାହ ଉତ୍ସବରେ ଏହି ଗୀତ ବାଜିଲେ ଲୋକେ ଝୁମି ଉଠନ୍ତି ଏବଂ ପୁରୁଣା ସ୍ମୃତି ସତେଜ ହୋଇଯାଏ ।

କେବଳ ଗୀତ ନୁହେଁ, ଫିଲ୍ମର କାହାଣୀ ଏବଂ କମେଡ଼ି ମଧ୍ୟ ଦର୍ଶକଙ୍କୁ ଖୁବ୍ ହସାଇଥିଲା। ଫିଲ୍ମରେ ରାଜା (ଗୋବିନ୍ଦା) ଏବଂ ବଡ଼ ହୋଟେଲ ମାଲିକ କେ.କେ ସିଂଘାନିଆ (କାଦର ଖାନ୍)ଙ୍କ ମଧ୍ୟରେ ଥିବା ଶତ୍ରୁତାକୁ ବେଶ୍ ମଜାଦାର ଢଙ୍ଗରେ ଉପସ୍ଥାପନ କରାଯାଇଥିଲା। ଏକ ପଞ୍ଚତାରକା ହୋଟେଲ ସାମ୍ନାରେ ରାଜା ନିଜର ଢାବା ଖୋଲିବା ଏବଂ ପରେ ସିଂଘାନିଆଙ୍କ ଝିଅ କିରଣ (ରବିନା ଟଣ୍ଡନ)ଙ୍କ ସହ ତାର ପ୍ରେମ ଓ ବିବାହକୁ ନେଇ କାହାଣୀ ଗତିଶୀଳ ହୋଇଥିଲା। ଏଥିରେ କାଦର ଖାନଙ୍କ ସହ ପ୍ରେମ ଚୋପ୍ରା, ମୋହନୀଶ ବହଲ, ଜନି ଲିଭର ଏବଂ ଅସରାନୀଙ୍କ ଭଳି ଦିଗ୍ଗଜ କଳାକାରଙ୍କ କମିକ୍ ଟାଇମିଂ ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା ।

ବକ୍ସ ଅଫିସରେ ମଧ୍ୟ ‘ଦୁଲହେ ରାଜା’ ଏକ ବଡ଼ ସଫଳତା ହାସଲ କରିଥିଲା। କେବଳ ଗୀତ ପାଇଁ ନୁହେଁ ବରଂ ବ୍ୟବସାୟିକ ଦୃଷ୍ଟିକୋଣରୁ ବି ଫିଲ୍ମଟି ସେହି ସମୟରେ ରେକର୍ଡ କରିଥିଲା । ବକ୍ସ ଅଫିସ୍ ଇଣ୍ଡିଆର ତଥ୍ୟ ଅନୁଯାୟୀ, ମାତ୍ର ୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ସେହି ସମୟରେ ସାରା ଭାରତରେ ପ୍ରାୟ ୨୨.୧୭ କୋଟି ଟଙ୍କାର ବିପୁଳ ବ୍ୟବସାୟ କରି ‘ହିଟ୍’ ମାନ୍ୟତା ପାଇଥିଲା ।

Leave A Reply

Your email address will not be published.