Latest Odisha News

BREAKING NEWS

ବିସିସିଆଇ ସମ୍ପାଦକଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇପିଏଲ୍ ଅକ୍ସନ୍ 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ସମ୍ପାଦକ ଦେବଜୀତ ସାଇକିଆ ସେପ୍ଟେମ୍ବର ୨୩  ଆଇପିଏଲ୍ ଅକ୍ସନ୍‌କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି  । ବିଗତ କିଛି ବର୍ଷ ଧରି ବିଦେଶୀ ମାଟିରେ ଆଇପିଏଲ୍‌ର ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଏଥର ପୁଣି ଥରେ ଏହା ଭାରତକୁ ଫେରିଛି । ୨୦୨୩ରେ ଦୁବାଇ, ୨୦୨୪ରେ ଜେଦ୍ଦା (ସାଉଦି ଆରବ) ଏବଂ ୨୦୨୫ରେ ଆବୁଧାବିରେ ନିଲାମୀ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଡିସେମ୍ବର ମାସରେ ଗୋଆରେ ଆଇପିଏଲ୍ ଅକ୍ସନ୍ ଅନୁଷ୍ଠିତ ହେବ ।  ଧର୍ମଶାଳାରେ କ୍ରମାଗତ ବର୍ଷା ଓ ଖରାପ ପାଣିପାଗ ଯୋଗୁଁ  ଭାରତ ଏ ବନାମ ଅଷ୍ଟ୍ରେଲିଆ ଏ ମହିଳା ସିରିଜର ମ୍ୟାଚ୍‌ଗୁଡ଼ିକୁ ଧର୍ମଶାଳାରୁ ମୋହାଲିକୁ ସ୍ଥାନାନ୍ତର କରାଯାଇଛି ।

ନିକଟରେ ଅନୁଷ୍ଠିତ ଭାରତ ଓ ଜାପାନ ପୁରୁଷ ଟିମ୍‌ର ସଫଳ ମ୍ୟାଚ୍‌କୁ ନେଇ ସାଇକିଆ ଖୁସି ପ୍ରକାଶ କରିଛନ୍ତି । ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ବିଜନ୍ ଯୋଗୁଁ ଏସିଆ ଓ ଜାପାନରେ କ୍ରିକେଟ୍‌ର ପ୍ରସାର ପାଇଁ ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସେ  ହରମନ୍‌ପ୍ରୀତ କୋର୍, ସ୍ମୃତି ମାନ୍ଧାନା, ମୁଖ୍ୟ କୋଚ୍ ଅମୋଲ ମଜୁମଦାର ଏବଂ ସମ୍ପୂର୍ଣ୍ଣ ସପୋର୍ଟ ଷ୍ଟାଫ୍‌ଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.