Latest Odisha News

BREAKING NEWS

କାଶ୍ମୀରରେ ପୁଲୱାମା ଭଳି ଆକ୍ରମଣ ଷଡଯନ୍ତ୍ର କରୁଛି ଆଇଏସ୍‌ଆଇ

ଜମ୍ମୁକାଶ୍ମୀର: ଜମ୍ମୁ ଏବଂ କାଶ୍ମୀରରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ । ପୁଲୱାମା ଭଳି ଆକ୍ରମଣ କରିବା ପାଇଁ ଆଇଏସ୍‌ଆଇ ଯୋଜନା ଚଳାଇଛି । ଏଥିପାଇଁ ସେ ସମସ୍ତ ଆତଙ୍କବାଦୀ ସଙ୍ଗଠନ ସହ ମିଶି ଏକ ଫୋର୍ସ ତିଆରି କରିଛି, ଯାହା ନାଁ ରହିଛି ଗଜନୱି ଫୋର୍ସ । ଏହି ଫୋର୍ସର ନେତୃତ୍ୱ ଜୈଶ-ଏ-ମହମ୍ମଦ ନେଇଛି ।
ଗୁଇନ୍ଦା ସୂଚନା ମୁତାବକ, ଜୈଶ, ଲସ୍କର, ହିଜବୁଲ ଏବଂ ଅଂସାର ଗଜବତ-ଉଲ-ହିନ୍ଦ ମିଶି କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆଇଇଡି ଆକ୍ରମଣ କରିବା ନେଇ ବଡ ଧରଣର ଯୋଜନା ଚଳାଇଛନ୍ତି । ଏନେଇ ସମସ୍ତ ସେନା ଓ ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଇଛି ।
ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ସିଆର୍‌ପିଏଫ୍ ଗଡି ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.