Latest Odisha News

BREAKING NEWS

ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ

ନିଉ ଚଣ୍ଡୀଗଡ଼: ନିଉ ଚଣ୍ଡୀଗଡ଼ (ମୁଲ୍ଲାନ୍‌ପୁର) ରେ ଖେଳାଯାଇଥିବା ତୃତୀୟ ଏକଦିବସୀୟ  ମ୍ୟାଚ୍‌ରେ ଭାରତୀୟ ଦଳକୁ ୫ ୱିକେଟ୍‌ରେ ପରାଜିତ କରିଛି ୱେଷ୍ଟଇଣ୍ଡିଜ୍ । ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ୧୬୨ ରନ୍‌ର ଚମତ୍କାର ଶତକୀୟ ପାଳି ବଳରେ ୱେଷ୍ଟଇଣ୍ଡିଜ୍ ୧୦ ବଲ୍ ବାକି ଥାଇ ୩୫୨ ରନ୍‌‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିନେଇଛି । ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ।  ଭାରତର କ୍ଲିନ ସୁଇପ ଆଶାକୁ ସାଇ ହୋପଙ୍କ ଶତକ ଧୂଳିସାତ କରିଛ । ପ୍ରଥମେ ବ୍ୟାଟିଂ କରି ଭାରତ ସଙ୍କଟରେ ପଡ଼ିଥିଲା । ରୋହିତ ଶର୍ମା (୯୨) ଓ ରୁତୁରାଜ ଗାଏକୱାଡ (୫୭) ପାରି ସମ୍ଭାଳିଥିବା ବେଳେ କେ.ଏଲ୍. ରାହୁଲ ୮୭ ବଲ୍‌ରୁ ୧୨୯ ରନ୍‌ର ବିସ୍ଫୋରକ ଅପରାଜିତ ପାଳି ଖେଳି ଭାରତକୁ ୩୫୧ ରନ୍‌ର ବିଶାଳ ସ୍କୋରରେ ପହଞ୍ଚାଇଥିଲେ ।

୩୫୨ ରନ୍‌ର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ପାଇଁ ଅଧିନାୟକ ଶାଇ ହୋପ୍ ୧୪୩ ବଲ୍‌ରୁ ୧୭ଟି ଚୌକା ଓ ୩ଟି ଛକା ସହ ୧୬୨ ରନ୍‌ର ଜବରଦସ୍ତ ପାଳି ଖେଳି ଦଳକୁ ଜିତାଇଥିଲେ । ହୋପ୍‌ଙ୍କ ସହ ଆମିର ଜଙ୍ଗୁ (୬୭) ଓ କିମୋ ପଲ୍ (୪୪) ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ଗଢ଼ି ଦଳର ବିଜୟ ସହଜ କରିଥିଲେ । ୨୦୨୩ ପରେ ଭାରତ ବିପକ୍ଷରେ ଦିନିକିଆ କ୍ରିକେଟରେ ୱେଷ୍ଟଇଣ୍ଡିଜର ଏହା ପ୍ରଥମ ବିଜୟ ।

ମ୍ୟାଚ୍ ସଂକ୍ଷିପ୍ତ ସ୍କୋର:
ଭାରତ: ୩୫୧/୭ (୫୦ ଓଭର)(ରାହୁଲ: ୧୨୯, ରୋହିତ ଶର୍ମା: ୯୨, ରୁତୁରାଜ ଗାଏକୱାଡ: ୫୭, ଜେଡେନ୍ ସିଲ୍ସ: ୩/୬୨) । ୱେଷ୍ଟଇଣ୍ଡିଜ୍: ୩୫୨/୫ (୪୮.୨ ଓଭର) (ଶାଇ ହୋପ୍: ୧୬୨, ଆମିର ଜଙ୍ଗୁ: ୬୭, କିମୋ ପଲ୍: ୪୪, ନମନ ଧୀର: ୧/୩୩, ମହମ୍ମଦ ସିରାଜ: ୧/୫୨) ।

Leave A Reply

Your email address will not be published.